Advertisment

School Issue: ଚକ୍, ଡଷ୍ଟର ବଦଳରେ ହାତରେ ଝାଡୁ; ସ୍କୁଲ ସଫେଇ କରୁଛନ୍ତି ଶିକ୍ଷୟିତ୍ରୀ

ପ୍ରାଥମିକ ସ୍କୁଲ ସଫେଇ କାହା ଦାୟିତ୍ୱ ତାକୁ ନେଇ ସରକାରୀ ସ୍ତରରେ କୌଣସି ସ୍ପଷ୍ଟୀକରଣ ନ ଥିବା ବେଳେ ଏସବୁ ଭିତରେ ସ୍କୁଲରେ ପାଠ ପଢାରେ ହିଁ ବ୍ୟାଘତ ସୃଷ୍ଟି ହୋଇଛି।

Nilagiri-School-Issue

Nilagiri-School-Issue Photograph: (OTV)

Advertisment

କେବେ ପିଲାଙ୍କ ହାତରେ ଝାଡୁ ତ କେବେ ଶିକ୍ଷୟତ୍ରୀଙ୍କ ହାତରେ ଅଳିଆ। ପ୍ରାଥମିକ ସ୍କୁଲ ସଫେଇ କାହା ଦାୟିତ୍ୱ ତାକୁ ନେଇ ସରକାରୀ ସ୍ତରରେ କୌଣସି ସ୍ପଷ୍ଟୀକରଣ ନ ଥିବା ବେଳେ ଏସବୁ ଭିତରେ କିନ୍ତୁ ସ୍କୁଲରେ ପାଠ ପଢାରେ ହିଁ ବ୍ୟାଘତ ସୃଷ୍ଟି ହେବା ସାର ହୋଇଛି।

Advertisment

ଶିକ୍ଷୟତ୍ରୀ ଛିଡା ହୋଇଥିବା ବେଳେ କୁନିକୁନି ପିଲାଏ ଝାଡୁ ମାରିବା ସହ ସଫେଇ କରୁଥିବାର ଦେଖାଦେଇଛି। ନିଜ ପିଲାଙ୍କୁ ବସ୍ତାନି ଧରାଇ ସ୍କୁଲ ପଠାଉଥିବା ଅଭିଭାବକ ଯେତେବେଳେ ପିଲାଙ୍କ ହାତରେ ଝାଡୁ ଦେଖିବେ ତାହା ଅଭିଭାବକଙ୍କ ମନକୁ ବିଚଳିତ କରିବା ସ୍ୱାଭାବିକ। ଏମିତି କିଛି ଘଟଣା ଓ ଭିଡିଓ ସାମ୍ନାକୁ ଆସିବା ପରେ ଅଭିଭାବକ ପ୍ରତିବାଦ କରିଥିଲେ।

ଛାତ୍ରଛାତ୍ରୀଙ୍କ ଆଗରେ ଚକ ଡଷ୍ଟର ଧରିବା ବଦଳରେ ଝାଡୁ ଧରି ସଫେଇ କରୁଛନ୍ତି ସ୍କୁଲ ଶିକ୍ଷୟିତ୍ରୀ। ଏ ଘଟଣା ହେଉଛି ନୀଳଗିରି ବ୍ଲକ କାଂଶ ପ୍ରାଥମିକ ବିଦ୍ୟାଳୟର।

Advertisment

ଏ ସମସ୍ୟା କେବଳ ଏଇ ଗୋଟିଏ ସ୍କୁଲରେ ନୁହେଁ, ଅନେକ ବିଦ୍ୟାଳୟରେ ଏଭଳି ସଫେଇକୁ ନେଇ ଟେନସନ ଲାଗିରହିଛି। ପ୍ରାଥମିକ ସ୍କୁଲରେ ସଫେଇ କରିବ କିଏ ତାହା ସରକାରୀ ସ୍ତରରେ କୌଣସି ସ୍ପଷ୍ଟୀକରଣ ବି ନାହିଁ। ତେବେ ପୂର୍ବରୁ ସଫେଇ କାର୍ଯ୍ୟରେ ପିଲାଙ୍କୁ ଲଗାଇବାରୁ ଅଭିଭାବକଙ୍କ ପ୍ରତିବାଦ ପରେ ନିଜକୁ ଝାଡୁ ଧରିବାକୁ ପଡୁଛି ବୋଲି ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି।

ତେବେ ଅଭିଭାବକ ଅଭିଯୋଗ ଠିକ୍। କିନ୍ତୁ ସରକାର ପିଅନ କିମ୍ବା ସ୍କୁଲ ପାଚିକାଙ୍କ ଦରମା ବୃଦ୍ଧି କରାଇ ତାଙ୍କୁ ଏ ସଫେଇ ଦାୟିତ୍ୱ ନ୍ୟସ୍ତ କରାଗଲେ ଉଚିତ ବୋଲି ପୁରାତନ ଛାତ୍ର ମତ ରଖିଛନ୍ତି।

Advertisment

ତେବେ ସ୍କୁଲ ସଫେଇ କିଏ କରିବ, ସେନେଇ ସରକାରୀ ସ୍ତରରେ କୌଣସି ସ୍ପଷ୍ଟୀକରଣ ନ ଥିବା ବେଳେ ପିଅନର ପ୍ରାବଧାନ ବି ନାହିଁ। ମିଳିମିଶି କରାଗଲେ ଗ୍ରହଣୀୟ ସହ ପିଲାଙ୍କୁ କାମରେ ଲଗାଇଥିବା ଘଟଣା ତଦନ୍ତ ହେବ ବୋଲି ନୀଳଗିରି ABO କହିଛନ୍ତି।

School
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ