Advertisment

No Houses Will Be Demolished: ସାଂସଦଙ୍କ ବଡ଼ ଘୋଷଣା: ଜବର ଦଖଲ ଉଚ୍ଛେଦ ହେବନି, ଘର ଭଙ୍ଗା ଯିବନି

କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଏବଂ ଆଖପାଖ ଗ୍ରାମଗୁଡ଼ିକରେ ସରକାରୀ ଜାଗା ଜବର ଦଖଲ କରି ରହୁଥିବା ଲୋକଙ୍କ ଘର ଭଙ୍ଗା ହେବନି ବୋଲି କହିଲେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ। ଏନେଇ ସେ ସର୍କିଟ ହାଉସଠାରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଘୋଷଣା କରିଛନ୍ତି।

author-image
Pramod Behera
No Houses Will Be Demolished

ସାଂସଦଙ୍କ ବଡ଼ ଘୋଷଣା: ଜବର ଦଖଲ ଉଚ୍ଛେଦ ହେବନି Photograph: (OTV)

କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଏବଂ ଆଖପାଖ ଗ୍ରାମଗୁଡ଼ିକରେ ସରକାରୀ ଜାଗା ଜବର ଦଖଲ କରି ରହୁଥିବା ଲୋକଙ୍କ ଘର ଭଙ୍ଗା ହେବନି ବୋଲି କହିଲେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ। ଏନେଇ ସେ ସର୍କିଟ ହାଉସଠାରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଘୋଷଣା କରିଛନ୍ତି। 

Advertisment

ନିକଟରେ ଫୁଲବାଣୀ ସହର ଏବଂ ଆଖପାଖ ଅଞ୍ଚଳରେ ସରକାରୀ ଜାଗାରେ ଘର କରି ବସବାସ କରୁଥିବା ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଜବର ଦଖଲ ଉଚ୍ଛେଦ ପାଇଁ ଫୁଲବାଣୀ ତହସିଲ ପକ୍ଷରୁ ନୋଟିସ ଦିଆଯାଇଛି। ଏହାକୁ ନେଇ ସହରବାସୀ ଏକପ୍ରକାର ଆତଙ୍କିତ ହୋଇଯାଇଛନ୍ତି। 

ଏହି ଘୋଷଣାକୁ ନେଇ ଏହା ବିରୁଦ୍ଧରେ ଶୁକ୍ରବାର ବିଜେଡି ଫୁଲବାଣୀରେ ବିରାଟ ଶୋଭାଯାତ୍ରା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲା। ତେବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଘଟଣାର ଗୁରୁତ୍ୱକୁ ଦେଖି ଏବଂ ଶାସକ ଦଳ ପ୍ରତି ଲୋକଙ୍କ ଅସନ୍ତୋଷକୁ ଅନୁଭବ କରି ସାମ୍ବାଦିକ ସମ୍ବିଳନୀରେ ଏହା ସ୍ପଷ୍ଟ କରିଛନ୍ତି ଯେ, ନୋଟିସ ଯାଇଥିବା ଲୋକଙ୍କ ଘର ଭଙ୍ଗା ଯିବ ନାହିଁ। 

Advertisment

ସେ ଏନେଇ ପ୍ରଶାସନ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି, ଲୋକଙ୍କ ଜମିଜମା ସମସ୍ୟାର ସମାଧାନ ପାଇଁ ଆଗକୁ ସରକାର କୌଣସି ନୀତିଗତ ନିଷ୍ପତି ନିଶ୍ଚିତ ଭାବେ ନେବେ ବୋଲି କହିଛନ୍ତି ସାଂସଦ।

Kandhamal Phulbani Odisha News
Advertisment
Advertisment