Advertisment

ଛାତ ଉପରୁ ରଥଯାତ୍ରା ଦେଖିବା ମନା, ଲାଗୁ ହେବ କଡ଼ା ନିୟମ

ପୁରୀ: ଶ୍ରୀକ୍ଷେତ୍ରରେ ରଥଯାତ୍ରା ବେଳେ ଛାତ ଉପରୁ ରଥଯାତ୍ରା ଦେଖିପାରିବେନି ଲୋକେ। ଆଜି ଏନେଇ ସ୍ପଷ୍ଟ ସୂଚନା ରଖିଛି ଜିଲ୍ଲା ପ୍ରଶାସନ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର ଘର, ଲଜ୍‌ ଏବଂ ହୋଟେଲ ଛାତରେ ରଥଯାତ୍ରା ଦେଖିବା ଉପରେ କଟକଣା ଲାଗିଛି। ଯେହେତୁ…

ଅଦ୍ୟତନ ହୋଇଛି
ଛାତ ଉପରୁ ରଥଯାତ୍ରା ଦେଖିବା ମନା, ଲାଗୁ ହେବ କଡ଼ା ନିୟମ

puri

Advertisment

ପୁରୀ: ଶ୍ରୀକ୍ଷେତ୍ରରେ ରଥଯାତ୍ରା ବେଳେ ଛାତ ଉପରୁ ରଥଯାତ୍ରା ଦେଖିପାରିବେନି ଲୋକେ। ଆଜି ଏନେଇ ସ୍ପଷ୍ଟ ସୂଚନା ରଖିଛି ଜିଲ୍ଲା ପ୍ରଶାସନ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର ଘର, ଲଜ୍‌ ଏବଂ ହୋଟେଲ ଛାତରେ ରଥଯାତ୍ରା ଦେଖିବା ଉପରେ କଟକଣା ଲାଗିଛି। ଯେହେତୁ ରଥଯାତ୍ରା ବେଳେ ୧୪୪ ଧାରା ଲାଗିବ, ତେଣୁ ଛାତ ଉପରୁ ବି ରଥଯାତ୍ରା ଦେଖିବା ଉପରେ କଟକଣା ଲଗାଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

Advertisment

ଜିଲ୍ଲାପାଳ କହିଛନ୍ତି, ରଥଯାତ୍ରା ବେଳେ ଘର ଭିତରେ ଲୋକେ ରହିବେ। ବଡ଼ଦାଣ୍ଡରେ ଥିବା ହୋଟେଲ, ଲଜ୍‌ ଏବଂ ଧର୍ମଶାଳାକୁ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରାଯିବ। ୨୦୦ରୁ ଅଧିକ ଘର ଓ ୪୧ଟି ହୋଟେଲ, ଲଜ୍‌ ରହିଛି। ରଥଯାତ୍ରାରେ ଛାତ ଉପରେ କେହି ଯେପରି ଯିବେନି ସେନେଇ କଡ଼ା ନିୟମ ଲାଗୁ କରାଯିବ।

ବିନା ଭକ୍ତରେ ପୁରୀରେ ହେବ ରଥଯାତ୍ରା। ଗତବର୍ଷ ଭଳି ଏଥର ବି ଯେମିତି ସୀମିତ ସଂଖ୍ୟକ ସେବାୟତ ରଥ ଉପରେ ରହିବେ ସେନେଇ ନିଷ୍ପତ୍ତି ନିଆଯାଇଛି। ପୁରୀ ବାହାରର କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ ନାହିଁ। ରେଳ ଓ ବସ୍‌ ଚଳାଚଳ ସହ ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେଲ ଓ ଲଜିଂ ଖାଲି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

Advertisment
Puri Ratha Yatra 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ