park
ଭୁବନେଶ୍ୱର : ଭୁବନେଶ୍ୱର ଏକ ନମ୍ବର ହାଟ ବାହାରେ ବାଇକ୍ ପାର୍କିଂ ମନା। ବାଇକ୍ ପାର୍କିଂ କଲେ ଅଡୁଆରେ ପଡିବେ ଗାଡ଼ି ମାଲିକ। କେବଳ ସିଙ୍ଗଲ୍ ଲେନ୍ରେ ଚାରି ଚକିଆ ଯାନ ରହିବା ସହ ସେ ସବୁ ୪୫ ଡ଼ିଗ୍ରୀ କୋଣ କରି ପାର୍କିଂ ହେବ।
ବାଇକ୍ ଗୁଡ଼ିକ ପାଇଁ କ୍ୟାପିଟାଲ ଥାନା ପାଖରେ ଏକ ସ୍ୱତନ୍ତ୍ର ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି। ଆଜି ଠାରୁ ଏନେଇ ଡିସିପି ଟ୍ରାଫିକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିସହ ରାସ୍ତାକଡ଼ରେ ଉଠାଦୋକାନ ଗୁଡ଼ିକ ମଧ୍ୟ ଉଚ୍ଛେଦ କାମ ଚାଲିଛି।
ଏଥିସହ ଆଗକୁ ଭୂମିତଳ ରାସ୍ତାକୁ ଆହୁରି ସୁଗମ କରାଯିବ। ୟୁନିଟ୍ ୧ ଓ ୟୁନିଟ ୨ ମାର୍କେଟ୍ ରାସ୍ତାକୁ ଯିବାକୁ ହେଲେ ଲୋକ ରାସ୍ତାପାରି ହେଉଥିଲେ । ଏହାଦ୍ୱାରା ଟ୍ରାଫିକ ସମସ୍ୟା ହେଉଥିଲା, ତେଣୁ ରାସ୍ତା ପାରି ହେଉଥିବା ସ୍ଥାନକୁ ବନ୍ଦ କରାଯାଇ , ଭୂମିତଳ ରାସ୍ତାର ବହୁଳ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/park_1626690381.jpg)