Advertisment

ବରିଷ୍ଠ IPS ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଆଜି ଗୃହ ବିଭାଗ ପକ୍ଷରୁ ୯ଜଣ ବରିଷ୍ଠ ଆଇପିଏସଙ୍କୁ ନୂଆ ନିଯୁକ୍ତି ମିଳିଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୩ଜଣଙ୍କୁ ନିଯୁକ୍ତି ମିଳିଥିବାବେଳେ ଅନ୍ୟ ୬ଜଣ ଆଇପିଏସଙ୍କୁ ବଦଳି କରାଯାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୮୮ ବ୍ୟାଚର ଆଇପିଏସ୍ ଅରୁଣ କୁମାର ରାୟ, ୧୯୯୪ ବ୍ୟାଚର ଯଶବନ୍ତ ଜେଠୁୱାଙ୍କୁ ଆଇନଶୃଙ୍ଖଳା ଏଡିଜି ଓ ୧୯୯୫ ବ୍ୟାଚର ଆଇପିଏସ୍ ରୀତୁ ଅରୋରାଙ୍କୁ ଗୃହ ବିଭାଗର ଓଏସଡି ଭାବେ […]

ଅଦ୍ୟତନ ହୋଇଛି
ବରିଷ୍ଠ IPS ସ୍ତରରେ ଅଦଳବଦଳ

ips

Advertisment

ଭୁବନେଶ୍ୱର: ରାଜ୍ୟର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଆଜି ଗୃହ ବିଭାଗ ପକ୍ଷରୁ ୯ଜଣ ବରିଷ୍ଠ ଆଇପିଏସଙ୍କୁ ନୂଆ ନିଯୁକ୍ତି ମିଳିଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୩ଜଣଙ୍କୁ ନିଯୁକ୍ତି ମିଳିଥିବାବେଳେ ଅନ୍ୟ ୬ଜଣ ଆଇପିଏସଙ୍କୁ ବଦଳି କରାଯାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୮୮ ବ୍ୟାଚର ଆଇପିଏସ୍ ଅରୁଣ କୁମାର ରାୟ, ୧୯୯୪ ବ୍ୟାଚର ଯଶବନ୍ତ ଜେଠୁୱାଙ୍କୁ ଆଇନଶୃଙ୍ଖଳା ଏଡିଜି ଓ ୧୯୯୫ ବ୍ୟାଚର ଆଇପିଏସ୍ ରୀତୁ ଅରୋରାଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ମିଳିଛି।

Advertisment

ସେହିପରି ଏଡିଜି କମ୍ୟୁନିକେସନରେ ଥିବା ଆଇପିଏସ ଲଳିତ ଦାସଙ୍କୁ ହେଡ୍ କ୍ୱାର୍ଟର ଏଡିଜି, ୧୯୯୩ ବ୍ୟାଚ୍ ଆଇପିଏସ୍ ବିନୟତୋଷ ମିଶ୍ରଙ୍କୁ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ, ୧୯୯୬ ବ୍ୟାଚର ସଞ୍ଜୟ କୁମାର ସିଂହଙ୍କୁ ମଡର୍ଣ୍ଣାଇଜେସନ୍ ଆଇଜି ଭାବେ ବଦଳି କରାଯାଇଛି।

ସେହିପରି ରେଖା ଲୋହାନୀଙ୍କୁ ଟୁଇନସିଟିର ଅତିରିକ୍ତ ପୁଲିସ କମିଶନର, ରାଜେଶ କୁମାରଙ୍କୁ ରାଜ୍ୟ ଫୋରେନସିକ୍ ଲ୍ୟାବର ଆଇଜି ଓ ଅନୁପମ ଜେମସଙ୍କୁ ଭିଜିଲାନ୍ସ ଏସପି ଭାବେ ବଦଳି କରାଯାଇଛି। ଆସନ୍ତା ସପ୍ତାହକ ମଧ୍ୟରେ ଡିଆଇଜି ଓ ଏସପି ପାହ୍ୟାରେ ଏକ ଅଦଳବଦଳବେଳେ ଏହି ଅଫିସରମାନଙ୍କୁ ନିଯୁକ୍ତି ମିଳିପାରେ ବୋଲି ଗୃହ ବିଭାଗ ସୂତ୍ରରୁ ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ