/odishatv-khabar/media/post_attachments/uploadimage/library/16_9/16_9_0/rape_1625061227.jpg)
rape
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ଇଟାଭାଟି ମାଲିକଙ୍କୁ ଅଟକ ରଖାଯାଇଛି। ଏହି ଘଟଣାରେ ସଂପୃକ୍ତିଥିବା ଅଭିଯୋଗରେ ଇଟାଭାଟିର ମାଲିକ ଲୁଲୁ ବେହେରାକୁ ସହଦେବଖୁଣ୍ଟା ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି।
ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରିବା ଲାଗି ନୀଳଗିରି ପୋଲିସ ବାଲେଶ୍ୱରରେ ପହଞ୍ଚିଛି। ଅନ୍ୟପକ୍ଷରେ ଘଟଣାକୁ ନେଇ ଶ୍ରମ ବିଭାଗ ଅଧିକାରୀ ଇଟାଭାଟିରେ ଚଢ଼ଉ କରିଛନ୍ତି। କାହିଁକି ନାବାଳିକାଙ୍କୁ ଇଟାଭାଟିରେ ରଖାଗଲା ସେନେଇ ଶ୍ରମ ଅଧିକାରୀ ଖୋଳତାଡ଼ କରିଛନ୍ତି।
ଏହାପରେ ନାବାଳିକାଙ୍କୁ ଚିକିତ୍ସା କରାଯାଇଥିବା ବାଲେଶ୍ୱରର ହସ୍ପିଟାଲରେ ପହଞ୍ଚି ପୋଲିସ ତନାଘନା ଆରମ୍ଭ କରିଛି। ଚିକିତ୍ସା କରିଥିବା ଡାକ୍ତର ଓ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି।
ଗତକାଲି ନୀଳଗିରିର ଗୋଟିଏ ଇଟାଭାଟିରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହାପରେ ତାଙ୍କୁ ବିଷ ପିଆଇ ଦିଆଯାଇଥିଲା ବୋଲି ନାବାଳିକାଙ୍କ ଦାଦା ଅଭିଯୋଗ କରିଥିଲେ। ପରେ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)