Advertisment

CCTV Footage Under Scanner: ସୁନ୍ଦରପଦା ବିସ୍ଫୋରଣ; ଭାଇରାଲ୍ ହେଉଛି ସିସିଟିଭି ଫୁଟେଜ୍, ଘାଣ୍ଟୁଛି NIA

ଜାନୁଆରୀ ୨୮ ସୁନ୍ଦରପଦା ଛାତିଥରା ବିସ୍ଫୋରଣ ଘଟଣାରେ ଭାଇରାଲ୍ ହେଉଥିବା CCTV ଫୁଟେଜ୍ କୁ ଧରି ଘାଣ୍ଟୁଛି NIA। ବିସ୍ଫୋରଣ ପଛରେ ବଡ଼ ଚକ୍ରାନ୍ତର ଆଶଙ୍କା କରୁଛି NIA।

Sundarpada Blast Case

Sundarpada Blast Case Photograph: (OTV)

Advertisment

ଭୁବନେଶ୍ବର ସୁନ୍ଦରପଦାରେ ଘଟିଥିବା ଛାତିଥରା ବିସ୍ଫୋରଣ CCTV ଫୁଟେଜ୍ କୁ ଧରି ଘାଣ୍ଟୁଛି ଏନଆଇଏ। ଆଜାଦନଗରରେ ବଡ଼ ବିସ୍ଫୋରଣ ପୂର୍ବରୁ କେମିତି ଶକ୍ତିଶାଳୀ ବିସ୍ଫୋରକ ଦ୍ରବ୍ୟ ମୃତାହତଙ୍କ ପାଖକୁ ଆସିଲା ତାର କ୍ଲୁ ଖୋଜୁଛି ଜାତୀୟ ତଦନ୍ତକାରୀ ସଂସ୍ଥା। 

Advertisment

ଜାନୁଆରୀ ୨୮ ତାରିଖର ସେ ଛାତିଥରା CCTV ଫୁଟେଜ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ସେଥିରେବ୍ଲାଷ୍ଟର ଭୟାବହତା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଘଟଣାକୁ ବି ଗମ୍ଭୀରତାର ସହ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ତଦନ୍ତକୁ ଆହୁରି ଜୋରଦାର କରିଛି। 

CCTV ଫୁଟେଜରେ  ଆଜାଦ ନଗର ସ୍ଥିତ ଏକ କୋଠା ଉପରେ ହଠାତ୍ ପ୍ରଚଣ୍ଡ ଶବ୍ଦ ସହ ନିଆଁର ବଡ଼ ଝଲକ ଦେଖାଯାଉଛି। କଳା ଧୂଆଁରେ ସମ୍ପୂର୍ଣ୍ଣ ଅଞ୍ଚଳ ଆଚ୍ଛାଦିତ ହୋଇ ଯାଇଛି। ପ୍ରଚଣ୍ଡ ଶବ୍ଦରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିଲେ। 

Advertisment

ବିସ୍ଫୋରଣସ୍ଥଳରୁ ଆରଡିଏକ୍ସ ନମୁନା ମିଳିବା ପରେ ବି ତାକୁ ଗୁରୁତ୍ବର ସହ ନେଇଥିଲା ଏନଆଇଏ। ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁରୁଣା ଅପରାଧୀ ସେହନବାଜ ମଲ୍ଲିକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟି ସାରିଛି। ଅନ୍ୟ ଦୁଇ ଜଣ ଗୁରୁତରଙ୍କର ଏବେ ବି ଚିକିତ୍ସା ଚାଲିଛି।

Sundarpada Blast CCTV Footage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ