1
ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ପ୍ରଭାବିତଙ୍କ ପାଖରେ ରିଲିଫ୍ ପହଞ୍ଚିନଥିବାରୁ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନ ନୋଟିସ୍ କରିଛନ୍ତି। ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ‘ଫୋନି’ ପ୍ରଭାବିତଙ୍କ ପାଖରେ ଠିକ୍ରେ ରିଲିଫ୍ ପହଞ୍ଚୁନଥିବା ଏବଂ ଏଥିପାଇଁ ଲୋକମାନେ ରାସ୍ତାକୁ ଆସି ବିକ୍ଷୋଭ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ କମିଶନ ନିଜ ଆଡ଼ୁ ଏହି ନୋଟିସ୍ ଜାରି କରିଛନ୍ତି।
ବାତ୍ୟାର ୪ ଦିନ ପରେ ବି ହଜାର ହଜାର ବିପନ୍ନଙ୍କ ପାଖରେ ରିଲିଫ ଖାଦ୍ୟ ଓ ପାଣି ପହଞ୍ଚୁନଥିବା ନେଇ ଲୋକେ ବିକ୍ଷୋଭ କରିଥିଲେ। ତେବେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ପୁଲିସ୍ ଲାଠି ଚାର୍ଜ କରିବା ଭଳି ଘଟଣାକୁ ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଏଭଳି ସ୍ଥିତିରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ପଦକ୍ଷେପ ନେବା ଲାଗି ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ବାତ୍ୟା ବିପନ୍ନଙ୍କ ପୁନରୁଦ୍ଧାର ଲାଗି ଜାତୀୟ ସ୍ତରର ସ୍ୱେଚ୍ଛାସେବୀ ସଂଗଠନ ଗୁଡ଼ିକର ସହାୟତା ନେଇ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନୋଟିସ୍ରେ ଉଲ୍ଲେଖ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/1-6_1626428946.jpg)