Advertisment

Newlywed Bride Allegedly Abducted: ବାଟରେ ନବବଧୂକୁ ଧରି ପ୍ରେମିକ ଛୁ, ଥାନାର ଦ୍ବାରସ୍ଥ ବର

ବାଟରୁ ନବବଧୂକୁ ଧରି ପ୍ରେମିକ ଛୁ। ବିବାହ ପରେ ନବ ବିବାହିତାକୁ ଧରି ପ୍ରେମିକ ଫେରାର୍। ଅଧା ରାସ୍ତାରେ ବନ୍ଧୁକ ଦେଖାଇ ନବବଧୂକୁ ନେଇଗଲେ ଯୁବକ।

Bride Allegedly Abducted

Bride Allegedly Abducted Photograph: (OTV)

Advertisment

ବାଟରୁ ନବବଧୂକୁ ଧରି ପ୍ରେମିକ ଛୁ। ବିବାହ ପରେ ନବ ବିବାହିତାକୁ ଧରି ପ୍ରେମିକ ଫେରାର୍। ଅଧା ରାସ୍ତାରେ ବନ୍ଧୁକ ଦେଖାଇ ନବବଧୂକୁ ନେଇଗଲେ ଯୁବକ। ଏଭଳି ଘଟଣା ଘଟିଛି ବଲାଙ୍ଗିର କାମାକ୍ଷୀନଗରରୁ କଣ୍ଟାମାଳରେ। ନବବଧୂକୁ ଧରି ବର ଫେରିବା ବେଳେ ବାଟରୁ ନେଇଗଲା ପ୍ରେମିକ। ତରଭା ଥାନାର ଦ୍ୱାରସ୍ଥ ହୋଇଛି ବର। ଘଟଣାରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନାନୁସାରେ, ବଲାଙ୍ଗିର ଜିଲ୍ଲାର କାମାକ୍ଷୀନଗରରୁ କଣ୍ଟାମାଳ ଅଞ୍ଚଳକୁ ବିବାହ ପାଇଁ ଯାଇଥିଲେ ବର। ସେଠାରେ ବିବାହ ସମ୍ପନ୍ନ ହେବା ପରେ ନବବଧୂକୁ ନେଇ ସେ ଫେରୁଥିଲେ ନିଜ ଗାଁକୁ। ବରଯାତ୍ରୀ ସହିତ ବାଟରେ ଯାଉଥିବା ବେଳେ ଅଧା ରାସ୍ତାରେ ହଠାତ୍ ନବବଧୂଙ୍କ ପୁରୁଣା ପ୍ରେମିକ ଓ ତାଙ୍କର ସହଯୋଗୀମାନେ ବରଯାତ୍ରୀକୁ ରୋକି ବନ୍ଧୁକ ଦେଖାଇ ଭୟଭୀତ କରି ନବବଧୂକୁ ଜୋରଜବରଦସ୍ତ ନେଇଗଲେ। 

ଏହି ଘଟଣାରେ ବର ଓ ବରଯାତ୍ରୀ ସମ୍ପୂର୍ଣ୍ଣ ଅସହାୟ ହୋଇପଡିବା ପରେ ବର ତୁରନ୍ତ ତରଭା ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି।

Advertisment

Bolangir Abduction
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ