Advertisment

ଭୁବନେଶ୍ୱରରେ ନବ ଦମ୍ପତିଙ୍କ ଆତ୍ମହତ୍ୟା !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଘର ଭିତରୁ ଜଣେ ନବ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଲିଙ୍ଗରାଜ ଥାନା ଅନ୍ତର୍ଗତ କେଉଟ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ସ୍ୱାମୀଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ବେଡ୍ ତଳେ ମରି ପଡ଼ିଥିବା ସ୍ତ୍ରୀଙ୍କ ମୃତଦେହକୁ ପୁଲିସ୍ ଆଜି ସକାଳେ ଉଦ୍ଧାର କରିଛି। ୩ ମାସ ତଳେ ସେମାନଙ୍କର ବିବାହ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ଖବରକାଗଜ ହକର୍‌ ଥିଲେ ବୋଲି ସୂଚନା ମିଳିଛି। ଗତକାଲି […]

ଭୁବନେଶ୍ୱରରେ ନବ ଦମ୍ପତିଙ୍କ ଆତ୍ମହତ୍ୟା !

couple

Advertisment

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଘର ଭିତରୁ ଜଣେ ନବ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଲିଙ୍ଗରାଜ ଥାନା ଅନ୍ତର୍ଗତ କେଉଟ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି।

Advertisment

ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ସ୍ୱାମୀଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ବେଡ୍ ତଳେ ମରି ପଡ଼ିଥିବା ସ୍ତ୍ରୀଙ୍କ ମୃତଦେହକୁ ପୁଲିସ୍ ଆଜି ସକାଳେ ଉଦ୍ଧାର କରିଛି।

୩ ମାସ ତଳେ ସେମାନଙ୍କର ବିବାହ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ଖବରକାଗଜ ହକର୍‌ ଥିଲେ ବୋଲି ସୂଚନା ମିଳିଛି। ଗତକାଲି ସେମାନଙ୍କର ବିବାହକୁ ୩ ମାସ ପୂରି ଥିଲା ଓ ଏଥିପାଇଁ ଉଭୟ ବେଶ୍‌ ଖୁସି ଥିଲେ ବୋଲି ମଧ୍ୟ କୁହାଯାଉଛି। ଏପରିକି ଆଜି ସକାଳେ ନବ ଦମ୍ପତି ମନ୍ଦିର ମଧ୍ୟ ଯାଇଥିଲେ।

Advertisment

ଉଭୟ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ କେଉଁ ପରିସ୍ଥିତିରେ, କେଉଁ କାରଣରୁ ମୃତ୍ୟୁ ଘଟିଛି ତା’ର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ଲିଙ୍ଗରାଜ ପୁଲିସ୍‌ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରି ଛାନଭିନ୍ ଆରମ୍ଭ କରିଛି।

Advertisment
Odisha Crime Crime In Bhubaneswar Odisha Crime News Odia News Khabar Odisha Today Couple Found Dead Couple Found Dead In Bhubaneswar Latest Bhubaneswar News Newly-wed Couple Found Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ