/odishatv-khabar/media/media_files/2026/01/18/newborn-baby-found-dead-in-pond-2026-01-18-22-24-28.jpg)
Newborn Baby Found Dead in Pond Photograph: (OTV)
ରବିବାର ସକାଳ ଥରେଇ ଦେଇଛି ହୃଦୟ। ପୋଖରୀ ହୁଡାରେ ଭାସୁଥିବା ଏକ ନବଜାତ ଶିଶୁର ମୃତଦେହ ଦେଖି ସ୍ଥାନୀୟ ଲୋକେ ସ୍ତବ୍ଧ ହୋଇଯାଇଛନ୍ତି।
Advertisment
ଏହି ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ଜମରୁଣ୍ଡା ନିକଟସ୍ଥ କୋଏଲାର ବେଡା ଗ୍ରାମର ଏକ ପୋଖରୀ ହୁଡାରେ ଘଟିଥିବା ଜଣାପଡ଼ିଛି। ସକାଳୁ ସ୍ଥାନୀୟ ଲୋକେ ପୋଖରୀ ପାଖରେ ଶିଶୁଟିର ମୃତଦେହ ଦେଖି ସଙ୍ଗେସଙ୍ଗେ ପୋଲିସକୁ ସୂଚନା ଦେଇଥିଲେ।
ଖବର ପାଇ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନବଜାତ ଶିଶୁଟିର ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। କିଏ ଏବଂ କାହିଁକି ଏପରି ଅମାନବୀୟ କାମ କରିଛି, ସେନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ। ମୃତ ଶିଶୁଟିର ପରିଚୟ ମଧ୍ୟ ଅଜଣା ଅଛି।
Advertisment
ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକ ଓ ଚର୍ଚ୍ଚାର ମହଲ ସୃଷ୍ଟି ହୋଇଛି। ପୋଲିସ ମାମଲାର ସମସ୍ତ ଦିଗରୁ ତଦନ୍ତ ଜାରି ରଖିଥିବା ବେଳେ, ସତ୍ୟ ଶୀଘ୍ର ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)