/odishatv-khabar/media/post_attachments/uploadimage/library/16_9/16_9_0/voter-card_1625049093.jpg)
voter-card
ଭୁବନେଶ୍ୱର: ନୂଆ ବର୍ଷରେ ନୂଆ ଭୋଟର ତାଲିକା ଆରମ୍ଭ ହେବ। ଜାନୁଆରୀ ୧୫ ତାରିଖରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ। ତେବେ ଭୋଟର ଲିଷ୍ଟରେ ନାଁ ଯୋଡିବାକୁ ଆସନ୍ତା ଡିସେମ୍ବର ୧୫ ମଧ୍ୟରେ ଆବେଦନ କରି ହେବ। ଉଭୟ ଅନଲାଇନ ଏବଂ ଅଫଲାଇନରେ ନାମ ସଂଶୋଧନ କରିହେବ। ଏଥିସହିତ ତାଲିକାରେ ନାମ ଯୋଡ଼ିବା, କାଟିବା ଏବଂ ସଂଶୋଧନ ପାଇଁ ଆବେଦନ କରିହେବ।
ଭୋଟର ତାଲିକାରେ ନାମ ଯୋଡ଼ିବାକୁ ଫର୍ମ ୬, କାଟିବାକୁ ୭ ଏବଂ ସଂଶୋଧନ ପାଇଁ ଫର୍ମ ୮ରେ ଆବେଦନ କରିବାକୁ ପଡ଼ିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ନାମ ଯୋଡ଼ିବାକୁ ଅନଲାଇନ କିମ୍ବା ବୁଥ୍ ସ୍ଥରରେ ପହଞ୍ଚି ଫଟୋ, ବାସସ୍ଥାନ ପ୍ରମାଣ ଦେଇ ଆବେଦନ କରିହେବ। ଡିସେମ୍ବର ୫ ଓ ୬ ତାରିଖରେ ପ୍ରତି ବୁଥ୍ରେ ବୁଥ ଲେଭେଲ ଅଫିସର ରହିବେ। ସେଠାରେ ଯାଇ ଆବେଦନ କରି ହେବ ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ଲାଇନ୍ରେ WWW.NVSP.IN ୱେବସାଇଟ କିମ୍ବା ଭୋଟର ହେଲ୍ପଲାଇନ୍ ଆପ୍ଲିକେସନ ମାଧ୍ୟମରେ ଆବେଗନ କରିହେବ। ୨୦୨୧ ଜାନୁଆରୀ ୧ରେ ଯାହାର ୧୮ ବର୍ଷ ପୂରଣ ହେଉଛି ସେମାନେ ତାଲିକାରେ ନାଁ ଯୋଡ଼ିବା ପାଇଁ ଆବେଦନ କରିବାକୁ ଯୋଗ୍ୟ ହେବେ ବୋଲି କୁହାଯାଇଛି।
ଆବେଦନପତ୍ରଗୁଡ଼ିକୁ ଡିସେମ୍ବର ୧୫ରୁ ଜାନୁଆରୀ ୫ ମଧ୍ୟରେ ଯାଞ୍ଚ ହେବ। ଯାଞ୍ଚ ପରେ ଜାନୁଆରୀ ୧୫ ତାରିଖରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)