Advertisment

୬ଟି ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ହେଲେ ନୂଆ କୁଳପତି

ଭୁବନେଶ୍ୱର: ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍‌ସିଲର୍ ଭାବେ ସବିତା ଆଚାର୍ଯ୍ୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅପରାଜିତା ଚୌଧୁରୀଙ୍କୁ ନିଯୁକ୍ତି ମିଳିଛି। ସେହିପରି ଫକୀର ମୋହନ ବିଶ୍ୱବିଦ୍ୟାଳୟର ଭିସି ଭାବେ ଦୀନବନ୍ଧୁ ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଏନ୍. ନାଗରାଜୁ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ କିଶୋର ବାସା ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫୁଲ୍ଲ ମହାନ୍ତି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର […]

ଅଦ୍ୟତନ ହୋଇଛି
୬ଟି ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ହେଲେ ନୂଆ କୁଳପତି

university

Advertisment

ଭୁବନେଶ୍ୱର: ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍‌ସିଲର୍ ଭାବେ ସବିତା ଆଚାର୍ଯ୍ୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅପରାଜିତା ଚୌଧୁରୀଙ୍କୁ ନିଯୁକ୍ତି ମିଳିଛି। ସେହିପରି ଫକୀର ମୋହନ ବିଶ୍ୱବିଦ୍ୟାଳୟର ଭିସି ଭାବେ ଦୀନବନ୍ଧୁ ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଏନ୍. ନାଗରାଜୁ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ କିଶୋର ବାସା ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫୁଲ୍ଲ ମହାନ୍ତି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ନୂଆ ଭିସିଙ୍କୁ ନିଯୁକ୍ତ କରିଛନ୍ତି।

Advertisment

ଗତକାଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ପତ୍ନୀଙ୍କର ବିୟୋଗ ସତ୍ତ୍ୱେ ସେ ଏହି ନିଯୁକ୍ତି ଦେଇଛନ୍ତି। ଚଳିତ ମାସରେ ଏସବୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କର କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ନବନିଯୁକ୍ତ କୁଳପତିଙ୍କୁ କାର୍ଯ୍ୟରେ ଯୋଗ ଦେବା ଲାଗି ଅତି କମ୍‌ରେ ସାତ ଦିନର ସମୟ ଦିଆଯିବ। ସେପଟେ ନିଜର ସବୁଠୁ ଦୁଃଖଦ ସମୟରେ ମଧ୍ୟ କୁଳାଧିପତି ନୂଆ କୁଳପତିଙ୍କୁ ନିଯୁକ୍ତ କରି ନିଜ କର୍ତ୍ତବ୍ୟପରାୟଣତାର ପରିଚୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ