Advertisment

ନବୀନଙ୍କ ଟିମ୍‌ରେ ୧୦ ନୂଆ, ୬ ପୁରୁଣା ଚେହେରା: ଦଳଡିଆଁ ନେତାଙ୍କୁ ପୁରସ୍କାର

ଭୁବନେଶ୍ୱର: ଯେତିକି ନୂଆ ସେତିକି ପୂରୁଣା। ନବୀନଙ୍କ ମନ୍ତ୍ରିମଣ୍ଡଳରେ ୧୦ନୂଆ ମୁହଁ, ୬ଜଣ ମନ୍ତ୍ରୀ ରିପିଟ୍। ୩ ବିଧାୟକ ପ୍ରଥମ ଥର ଲାଗି ନିର୍ବାଚତ ହୋଇଥିଲେ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । କିନ୍ତୁ ୩୩ ପ୍ରତିଶତ ସଂରକ୍ଷଣ କାର୍ଡ ଖେଳୁଥିବା ବିଜେଡି, ମନ୍ତ୍ରୀମଣ୍ଡଳରେ କିନ୍ତୁ ସେହି ଅନୁପାତରେ ମହିଳାଙ୍କୁ ସୁଯୋଗ ଦେଇନାହିଁ । ଏହା ବାଦ୍ ୧୨ ଜିଲ୍ଲା ମନ୍ତ୍ରୀଶୂନ୍ୟ ରହିଛି। ସେହିପରି ସ୍ୱାଭିମାନ ଲଢ଼େଇ ପାଇଁ ଅଧିକ ଚର୍ଚ୍ଚାରେ ଥିବା କେନ୍ଦ୍ରପଡ଼ା ଜିଲ୍ଲାରୁ ମଧ୍ୟ […]

ନବୀନଙ୍କ ଟିମ୍‌ରେ ୧୦ ନୂଆ, ୬ ପୁରୁଣା ଚେହେରା: ଦଳଡିଆଁ ନେତାଙ୍କୁ ପୁରସ୍କାର

5

Advertisment

ଭୁବନେଶ୍ୱର: ଯେତିକି ନୂଆ ସେତିକି ପୂରୁଣା। ନବୀନଙ୍କ ମନ୍ତ୍ରିମଣ୍ଡଳରେ ୧୦ନୂଆ ମୁହଁ, ୬ଜଣ ମନ୍ତ୍ରୀ ରିପିଟ୍। ୩ ବିଧାୟକ ପ୍ରଥମ ଥର ଲାଗି ନିର୍ବାଚତ ହୋଇଥିଲେ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । କିନ୍ତୁ ୩୩ ପ୍ରତିଶତ ସଂରକ୍ଷଣ କାର୍ଡ ଖେଳୁଥିବା ବିଜେଡି, ମନ୍ତ୍ରୀମଣ୍ଡଳରେ କିନ୍ତୁ ସେହି ଅନୁପାତରେ ମହିଳାଙ୍କୁ ସୁଯୋଗ ଦେଇନାହିଁ । ଏହା ବାଦ୍ ୧୨ ଜିଲ୍ଲା ମନ୍ତ୍ରୀଶୂନ୍ୟ ରହିଛି। ସେହିପରି ସ୍ୱାଭିମାନ ଲଢ଼େଇ ପାଇଁ ଅଧିକ ଚର୍ଚ୍ଚାରେ ଥିବା କେନ୍ଦ୍ରପଡ଼ା ଜିଲ୍ଲାରୁ ମଧ୍ୟ କାହାକୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନାହିଁ । ଯାହାକୁ ନେଇ ଅସନ୍ତୋଷ ବଢୁଥିବା ଚର୍ଚ୍ଚା ହେଉଛି।

Advertisment

ପୂର୍ବ ପାଳିର ୬ ଜଣଙ୍କୁ ରିପିଟ୍ କରାଯାଇଛି । ପୂର୍ବରୁ ମନ୍ତ୍ରୀ ରହିସାରିଥିବା ପଦ୍ମନାଭ ବେହେରା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ ଓ ସୁଦାମ ମାରାଣ୍ଡି ପୁଣି ମନ୍ତ୍ରୀମଣ୍ଡଳକୁ ଫେରିଛନ୍ତି। ସେହିପରି ବିଧାନସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ୩ ବିଧାୟକ- ପଦ୍ମିନୀ ଦିଆନ, ତୁଷାରକାନ୍ତି ବେହେରା ଓ ରଘୁନନ୍ଦନ ଦାସଙ୍କୁ ମନ୍ତ୍ରୀ କରାଯାଇଛି। ତେବେ  ୩୩ ପ୍ରତିଶତ ମହିଳା ସଂରକ୍ଷଣ କାର୍ଡ ଖେଳୁଥିବା ବିଜେଡି କିନ୍ତୁ ସେହି ଅନୁପାତରେ ମହିଳାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇନାହିଁ । କେବଳ ଟୁକୁନି ସାହୁ ଓ ପଦ୍ମିନୀ ଦିଆନଙ୍କୁ ମନ୍ତ୍ରୀ କରାଯାଇଛି।

୧୨ ଜିଲ୍ଲା, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଗଜପତି, କନ୍ଧମାଳ, ମାଲାକାନଗିରି, ନବରଙ୍ଗପୁର ଓ ନୂଆପଡ଼ାରୁ କାହାରିକୁ ବି ମନ୍ତ୍ରୀ କରାଯାଇନାହିଁ । ତେବେ ସୁବର୍ଣ୍ଣପୁର ଓ ପୁରୀ ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ମନ୍ତ୍ରୀ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା- ଚିଟଫଣ୍ଡ ଦୁର୍ନୀତି ଲିଙ୍କରେ ସିବିଆଇ ନୋଟିସ୍, ନବକଳେବର ବେଳେ ଦଇତାପତିଙ୍କ ସହ ଶବରପଲ୍ଲୀରେ ଫଟୋ ଭାଇରାଲ ବିବାଦ, ଡାକ୍ତର ମୋତିଲାଲ ଗୌଡ଼ ଜାଲ କାରବାରରେ ଛନ୍ଦି ହୋଇଥିବା ଅରୁଣ ସାହୁ ପୁଣିଥରେ ମନ୍ତ୍ରୀମଣ୍ଡଳକୁ ଫେରିଛନ୍ତି।

Advertisment

ଦଳଡିଆଁଙ୍କୁ ମଧ୍ୟ ପୁରସ୍କୃତ କରିଛନ୍ତି ନବୀନ । ଅନ୍ୟଦଳରୁ ଆସିଥିବା ନବ କିଶୋର ଦାସ, ତୁଷାରକାନ୍ତ ବେହେରା ଓ  ରଘୁନନ୍ଦନ ଦାସଙ୍କୁ ନବୀନ ନିଜ ଟିମ୍ରେ ସାମିଲ କରିଛନ୍ତି  ତାସହ ଯେଉଁମାନେ ଜିତୁ ଜିତୁ ମନ୍ତ୍ରୀପଦ ପାଇଛନ୍ତି  ଏବଂ ଯେଉଁମାନଙ୍କର ବିଭାଗ ସଂପର୍କରେ ଆଦୌ ଅଭିଜ୍ଞତା ନାହିଁ ସେମାନଙ୍କ ପାଇଁ ଦାୟିତ୍ୱ ନିର୍ବାହ କରିବା ବଡ଼ ଚ୍ୟାଲେଞ୍ଜ୍ ହେବ ତେବେ ଲୋକସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ସତ୍ତ୍ୱେ ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାକୁ ବେଶ୍  ଗୁରୁତ୍ୱ ଦିଆଯାଇଛି।

ସେପଟେ କୋଟରୀ ଗ୍ରୁପ୍ରୁ କେବଳ ଅରୁଣଙ୍କୁ ଛାଡ଼ି ମନ୍ତ୍ରୀ ମଣ୍ଡଳରେ ପ୍ରଣବପ୍ରକାଶ ଦାଶ, ପ୍ରଦୀପ ପାଣିଗ୍ରାହୀ ଓ  ଅତନୁ ସବ୍ୟସାଚୀ ନାୟକଙ୍କୁ ସୁଯୋଗ ମିଳିନି।  ସେପଟେ ନିର୍ବାଚନବେଳେ ଅଧିକ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡା ଜିଲ୍ଲାରେ ସବୁ ସିଟ୍ ବିଜେଡି ଜିତିଥିଲେ ମଧ୍ୟ ମନ୍ତ୍ରୀମଣ୍ଡଳରେ ପ୍ରତାପ ଦେବ କିମ୍ବା ଶଶିଭୂଷଣ ବେହେରାଙ୍କୁ ସ୍ଥାନ ମିଳିନାହିଁ । ବୌଦ୍ଧ ବିଧାୟକ ତଥା ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ ଓ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ, ପ୍ରଫୁଲ ସାମଲ, ଉଷା ଦେବୀ, ବଦ୍ରିନାରୟାଣ ପାତ୍ର, ନୃସିଂହ ସାହୁ, ସେହ୍ନାଙ୍ଗିନୀ ଛୁରିଆ ଓ ଚନ୍ଦ୍ରସାରଥୀ ବେହେରାଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ। ଅନ୍ୟ ଚର୍ଚ୍ଚିତ ନାଁ ମଧ୍ୟରେ ଭୂପିନ୍ଦର ସିଂ, ସୌମ୍ୟରଂଜନ ପଟ୍ଟନାୟକ, ଅମର ଶତପଥୀ, ଦେବୀପ୍ରସାଦ ମିଶ୍ର,  ପ୍ରଦୀପ ମହାରଥୀ, ବିଜୟ ରଂଜନ ସିଂ ବରିହା, କିଶୋର ମାହନ୍ତି, ଶାରଦା ନାୟକ, ସୁବ୍ରତ ତରାଇ, ରଜନୀକାନ୍ତ ସିଂ, ରୋହିତ ପୂଜାହାରୀଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିନାହିଁ ।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ