seg way2
ଭୁବନେଶ୍ୱର : ଭୁବନେଶ୍ୱର ଷ୍ଟେସନ୍କୁ ଆସିଛି ସେଗ୍ ୱେ । ଏହି ମଡନ ସ୍କୁଟର୍ ସିଷ୍ଟମ୍କୁ ଭୁବନେଶ୍ୱର ଷ୍ଟେସନ୍ରେ ବ୍ୟବହାର କରିବେ ଆର୍ପିଏଫ୍ । ଆଜି ଏନେଇ ବିଧିବଦ୍ଧ ଭାବେ ଭୁବନେଶ୍ୱର ଷ୍ଟେସନ୍ରେ ଏହା ସିଷ୍ଟମ୍ର ଶୁଭାରମ୍ଭ କରାଯାଇଛି।
ପ୍ଲାଟ୍ଫର୍ମର ଗୋଟିଏ ପାର୍ଶ୍ୱରୁ ଅନ୍ୟ ଏକ ପାର୍ଶ୍ୱକୁ ଯିବାକୁ ଖୁବ୍ କମ ସମୟ ଲାଗିବ । ଏହାସହ କୌଣସି ଅପ୍ରୀତିକର ଘଟଣା ହେଲେ ଆର୍ପିଏଫ୍ ଖୁବ୍ କମ ସମୟ ମଧ୍ୟରେ ପହଞ୍ଚି ପାରିବେ ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ ଦୁଇଟି ସେଗ୍ ୱେ ଆସିଛି । ଏହାସହ ପୁରୀ, କଟକ ଷ୍ଟେସନ୍ରେ ବି ଦୁଇଟି ସେଗ୍ ୱେ ସିଷ୍ଟମ୍କୁ ଆରମ୍ଭ କରାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଭାବେ କିଛି ଆର୍ପିଏଫ୍ଙ୍କୁ ପ୍ରଶିକ୍ଷଣ ବି ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/seg-way2_1626685292.jpg)