Advertisment

ରାଜଧାନୀରେ ନୂଆ ନିୟମ ; ରାସ୍ତା କଡ଼ରେ ବାଇକ୍ ରଖିଲେ ଜରିମାନା

ଭୁବନେଶ୍ୱର : ରାଜଧାନୀ ଛାତିରେ କମିଶନରେଟ ପୁଲିସର ଟ୍ରାଫିକ କଟକଣା । ବାପୁଜିନଗର, ରାଜମହଲ, ଏଜି ଛକ ଓ ଶିଶୁଭବନ ଛକ ଅଂଚଳରେ ଏଣିକି ରାସ୍ତାକଡରେ ମନଇଛା ରଖିପାରିବେନି ବାଇକ୍ । ଆଇନ ଉଲଂଘନ କଲେ ଦେବାକୁ ପଡିବ ଏକ ହଜାର ଟଙ୍କା ଜରିମାନା।  କମିଶନରେଟ ପୁଲିସ ତରଫରୁ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ପରେ ଏବେ ବାପୁଜିନଗର, ରାଜମହଲ ଅଂଚଳର ରାସ୍ତା କଡରେ କେବଳ କାର ପାର୍କିଂ ହେଉଥିବାବେଳେ ଆଉ ଦେଖିବାକୁ ମିଳୁନି ବାଇକ ପାର୍କିଂ […]

author-image
Pradesh Pratyush
ରାଜଧାନୀରେ ନୂଆ ନିୟମ ; ରାସ୍ତା କଡ଼ରେ ବାଇକ୍ ରଖିଲେ ଜରିମାନା

new rule

ଭୁବନେଶ୍ୱର : ରାଜଧାନୀ ଛାତିରେ କମିଶନରେଟ ପୁଲିସର ଟ୍ରାଫିକ କଟକଣା । ବାପୁଜିନଗର, ରାଜମହଲ, ଏଜି ଛକ ଓ ଶିଶୁଭବନ ଛକ ଅଂଚଳରେ ଏଣିକି ରାସ୍ତାକଡରେ ମନଇଛା ରଖିପାରିବେନି ବାଇକ୍ । ଆଇନ ଉଲଂଘନ କଲେ ଦେବାକୁ ପଡିବ ଏକ ହଜାର ଟଙ୍କା ଜରିମାନା।  କମିଶନରେଟ ପୁଲିସ ତରଫରୁ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ପରେ ଏବେ ବାପୁଜିନଗର, ରାଜମହଲ ଅଂଚଳର ରାସ୍ତା କଡରେ କେବଳ କାର ପାର୍କିଂ ହେଉଥିବାବେଳେ ଆଉ ଦେଖିବାକୁ ମିଳୁନି ବାଇକ ପାର୍କିଂ । ସେପଟେ ନୂଆ ନିୟମକୁ କିଛି ସ୍ୱାଗତ କରିଥିବା ବେଳେ ଆଉ କିଛି ଅସନ୍ତୋଷ ପ୍ରକାଶ କରିଛନ୍ତି ।

Advertisment

publive-imageକମିଶନରେଟ୍ ପୁଲିସର  ନୂଆ ନିର୍ଦ୍ଦେଶନାମା

କମିଶନରେଟ୍ ପୁଲିସର  ନୂଆ ନିର୍ଦ୍ଦେଶନାମା ଅନୁସାରେ , କଳ୍ପନା ଛକରୁ ରାଜମହଲ ଛକ ସର୍ଭିସ ରାସ୍ତାର ଦୁଇ ପାର୍ଶ୍ୱରେ କୌଣସି ବ୍ୟକ୍ତି ଦୁଇଚକିଆ ଯାନ ପାର୍କିଂ କରିପାରିବେ ନାହିଁ । ବାପୁଜୀ ନଗର ଛକ ରାସ୍ତା ଓ୍ୱାନ ୱେ ରାସ୍ତା ଭାବେ କାମ କରିବ । ବାପୁଜୀନଗର ମାର୍କେଟ ମଧ୍ୟକୁ ଯିବା ପାଇଁ ହେଲେ ସମସ୍ତ ଗାଡ଼ି ରାଜମହଲ- ଶିଶୁଭବନ ରାସ୍ତାରୁ ସବ୍ ମେନ୍ ରୋଡ୍ -୧  ଦେଇ ଯିବ।  ତେବେ ସେହି ରାସ୍ତା ଦେଇ ଫେରିପାରିବେ ନାହିଁ ।

ସବ୍ ମେନ୍  ରୋଡ୍ -୨  ଦେଇ ସମସ୍ତ ଯାନବାହନ ରାଜମହଲ-ଶିଶୁଭବନ ରାସ୍ତାକୁ ବାହାରି ପାରିବେ । ସବ୍ ମେନ୍ ରୋଡ-୨ ଦେଇ କୌଣସି ଗାଡ଼ି ଯାଇପାରିବ ନାହିଁ । ସେହିପରି ସବ୍ ମେନ୍ ରୋଡ୍ -୧ ଦେଇ ଗାଡ଼ିଗୁଡିକ ଲେନ୍ ୧୨କୁ ପ୍ରବେଶ କରିପାରିବ । ଲେନ୍ ୧୧ରୁ ସବ୍ ମେନ୍ ରୋଡ୍- ୨ ଦେଇ ଯାନବାହନ ବାହାରିବ ।

Advertisment

ନୂଆ ନିୟମ ଅନୁସାରେ , ସବ୍ ମେନ୍ ରୋଡ୍ ୧,୨,ଏବଂ ଲେନ୍ ନମ୍ବର ୧୧,୧୨କୁ ଓ୍ୱାନ ୱେ ରୋଡ୍ ଭାବେ ଚିହ୍ନଟ କରାଯାଇଛି । ଏହାସହ ବାପୁଜୀ ନଗର ମାର୍କେଟ ସବ୍ ମେନ୍ ରୋଡ ୧,୨ର ରାସ୍ତାର ଉଭୟ ପାର୍ଶ୍ୱରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି । ସୋମବାର, ବୁଧବାର ଓ ଶୁକ୍ରବାର ଗାଡ଼ି ଗୁଡ଼ିକ ରାସ୍ତାର ବାମ ପଟେ ରହିବ । ଅନ୍ୟ ଦିନ ଗୁଡ଼ିକରେ ଗାଡ଼ି ରାସ୍ତାର ଡାହାଣ ପଟେ ରହିବ । ବାପୁଜୀ ନଗର ମାର୍କେଟ ମଧ୍ୟରେ ଜଗନ୍ନାଥ ସେବା ସଦନ, ରବୀନ୍ଦ୍ର ମେଡିସିନ୍ ଷ୍ଟୋର,ଏବଂ ବ୍ୟାଙ୍କ ଅଫ ବରୋଦା ସମ୍ମୁଖରେ ଲୋକେ ଗାଡ଼ି ରଖିପାରିବେ ।

ତେବେ ଦେଖିବାର କଥା ,ଉଠା ଦୋକାନୀ ଓ ଫଳ ଦୋକାନୀଙ୍କୁ ରାସ୍ତାରୁ ଉଠାଯିବା ପରେ ନୂଆ ନିୟମ କେତେ କାର୍ଯ୍ୟକାରୀ ହେଉଛି।

Advertisment
Advertisment