Advertisment

New Mineral Rules Implemented in Odisha: ଲାଗୁ ହେଲା ନୂଆ ଖଣିଜ ନିୟମ, ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍

ଲାଗୁ ହେଲା ନୂଆ ଖଣିଜ ନିୟମ। ଏଣିକି ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍। ଏମଏସପି ଧାର୍ଯ୍ୟ କରିବେ ସରକାର। ଖଣି ମାଫିଆଙ୍କ ଉପରେ ଲାଗିବ ଅଙ୍କୁଶ।

New Mineral Rules

New Mineral Rules Photograph: (OTV)

Advertisment

ଲାଗୁ ହେଲା ନୂଆ ଖଣିଜ ନିୟମ। ଏଣିକି ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍। ଏମଏସପି ଧାର୍ଯ୍ୟ କରିବେ ସରକାର। ଖଣି ମାଫିଆଙ୍କ ଉପରେ ଲାଗିବ ଅଙ୍କୁଶ। ନୂଆ ଗାଇଡଲାଇନ୍ ଅନୁସାରେ, ଏକଚାଟିଆ କାରବାର ବା କାର୍ଟେଲାଇଜେସନ୍ ରୋକିବା ପାଇଁ ସରକାର ଇ-ଅକ୍ସନ ବା ନିଲାମ ବନ୍ଦ କରି ଇ-ଲଟେରୀ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।

Advertisment

ଲଘୁ ଖଣିଜ ସମ୍ପଦର ଲିଜ୍ ପାଇଁ ନିଲାମ ଡକା ହେବ ନାହିଁ। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସ୍ଥିର ଅତିରିକ୍ତ ଚାର୍ଜରେ ଇ-ଲଟେରୀ ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ କରାଯିବ। ଆବେଦନକାରୀଙ୍କୁ ଏମଏସଟିସି ପୋର୍ଟାଲରେ ‘ଫର୍ମ-ସି’ରେ ଅନଲାଇନରେ ଆବେଦନ କରିବାକୁ ପଡ଼ିବ। ୧୦ହଜାର ଟଙ୍କା ଅଣଫେରସ୍ତ ଆବେଦନ ଫି' ଜମା ସହ ୧୦% ଅମାନତ ରାଶି (ଇଏମଡି) ଜମା କରିବାକୁ ପଡ଼ିବ। 

ଆବେଦନ ସହିତ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଥିବା ଏକ ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ। ପ୍ରତ୍ୟେକ ଆବେଦନର ସୂକ୍ଷ୍ମ ଯାଂଚ ପାଇଁ ଏକ ଜିଲ୍ଲାସ୍ତରୀୟ ଟେକ୍ନିକାଲ୍ ଯାଂଚ କମିଟି ଗଠନ କରାଯାଇଛି। ସଂପୂର୍ଣ୍ଣ ପ୍ରକ୍ରିୟାକୁ ଡିଜିଟାଲ୍ କରାଯାଇଥିବାରୁ ଏଥିରେ କୌଣସି ହେରଫେର ମଧ୍ୟ ହୋଇପାରିବ ନାହିଁ । 

Advertisment

ଯେଉଁମାନେ ପୂର୍ବରୁ ନିଲାମ ମାଧ୍ୟମରେ ଲିଜ୍ ପାଇଛନ୍ତି, ସେମାନେ ମଧ୍ୟ ଚାହିଁଲେ ନୂଆ ନିୟମ ଅନୁଯାୟୀ ମାଇଗ୍ରେଟ୍ ବା ସାମିଲ ହୋଇପାରିବେ। ବଜାରରେ ବାଲି ଓ ପଥରର ଚଢ଼ା ଦରକୁ ରୋକିବା ପାଇଁ ସରକାର ପ୍ରଥମ କରି ‘ସର୍ବାଧିକ ବିକ୍ରୟ ମୂଲ୍ୟ' (ଏମଏସପି) ଧାର୍ଯ୍ୟ କରିଛନ୍ତି । ଲିଜଧାରୀମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ଟଙ୍କା ଗ୍ରାହକଙ୍କ ଠାରୁ ନେଇପାରିବେ ନାହିଁ ।

Mineral Rules
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ