Advertisment

ନବଜାତ ଶିଶୁକୁ ବେଆଇନ ହସ୍ତାନ୍ତର, ଶିଶୁକୁ ଉଦ୍ଧାର କଲା ପ୍ରଶାସନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣେ ନବଜାତ ଶିଶୁକୁ ତା’ ବାପା ବେଆଇନ ଭାବେ ଅନ୍ୟ ଦମ୍ପତିଙ୍କୁ ହସ୍ତାନ୍ତର କରିଥିବାର ଖବର ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନର ମିଳିତ ଟିମ ସେହି ଶିଶୁକୁ ଉଦ୍ଧାର କରିଛି। ଖଜୁରୀପଡ଼ା ଥାନାରେ ଚାଇଲ୍ଡ ଲାଇନ୍ ତରଫରୁ ଏକ ଏତଲା ଦିଆଯାଇଥିବା ବେଳେ ପୋଲିସ ତାର ତଦନ୍ତ କରୁଛି। ସୂଚନା ଅନୁସାରେ ଗତ ମାସ ୨୭ ତାରିଖରେ ବୁଡୁପଡ଼ାର ଜଗଦୀଶ ଦିଗାଲଙ୍କର ଏକ ପୁତ୍ର ସନ୍ତାନ ଜନ୍ମ […]

ଅଦ୍ୟତନ ହୋଇଛି
ନବଜାତ ଶିଶୁକୁ ବେଆଇନ ହସ୍ତାନ୍ତର, ଶିଶୁକୁ ଉଦ୍ଧାର କଲା ପ୍ରଶାସନ

kandhamal

Advertisment

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣେ ନବଜାତ ଶିଶୁକୁ ତା' ବାପା ବେଆଇନ ଭାବେ ଅନ୍ୟ ଦମ୍ପତିଙ୍କୁ ହସ୍ତାନ୍ତର କରିଥିବାର ଖବର ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନର ମିଳିତ ଟିମ ସେହି ଶିଶୁକୁ ଉଦ୍ଧାର କରିଛି। ଖଜୁରୀପଡ଼ା ଥାନାରେ ଚାଇଲ୍ଡ ଲାଇନ୍ ତରଫରୁ ଏକ ଏତଲା ଦିଆଯାଇଥିବା ବେଳେ ପୋଲିସ ତାର ତଦନ୍ତ କରୁଛି।

Advertisment

ସୂଚନା ଅନୁସାରେ ଗତ ମାସ ୨୭ ତାରିଖରେ ବୁଡୁପଡ଼ାର ଜଗଦୀଶ ଦିଗାଲଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ ୨ ତାରିଖରେ ରାତିରେ ଛୁଆକୁ ଛାଡ଼ି ମାଆ କେଉଁ ଆଡ଼େ ପଳାଇ ଯାଇଥିବା କହିଛନ୍ତି ଜଗଦୀଶ। ଖୋଜାଖୋଜି କରି ନ ପାଇବାରୁ ଶିଶୁକୁ ବାପା ଫୁଲବାଣୀର ଅନନ୍ତ କହଁର ଓ ପ୍ରମିଳା କହଁରଙ୍କୁ ଦମ୍ପତିଙ୍କୁ ଦେଇ ଦେଇଥିଲେ।

ଏହି ଖବର ପାଇ DCPO ରଶ୍ମିତା କରଣ ସେହି ଶିଶୁକୁ ଉଦ୍ଧାର କରି ଫୁଲବାଣୀ ମେଡିକାଲରେ ରଖିଛନ୍ତି। ତାର ଅବସ୍ଥା ଏବେ ଭଲ ଅଛି। ସେପଟେ ଘରୁ ପଳାଇ ଯାଇଥିବା ମାଆକୁ ସୁଡରକୁମ୍ପା ଅଞ୍ଚଳରୁ ଠାବ କରାଯାଇଥିବା ଜଣାପଡ଼ିଛି।

Advertisment

ଶିଶୁର ବାପା କହିଛନ୍ତି, ପୁଅର ମାଆ ପଳାଇବାରୁ ସେ ବାଧ୍ୟ ହୋଇ ଲାଳନ ପାଳନ ପାଇଁ ଶିଶୁ ପୁତ୍ରକୁ ଅନ୍ୟ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲା। ଏହି ମାମଲାରେ କନ୍ଧମାଳ ଡିସିପିଓ କହିଛନ୍ତି, ଶିଶୁ ବିକ୍ରି କରାଯାଇଥିଲା କି କେବଳ ଲାଳନପାଳନ ପାଇଁ ଏପରି କରାଯାଇଥିଲା, ତାହା ପୋଲିସ ତଦନ୍ତରୁ ଜଣାପଡ଼ିବ ଏବଂ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଅଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ