tt
ଭୁବନେଶ୍ୱର : ସେସୁ ପରେ ନେସ୍କୋ ଏବଂ ସାଉଥ୍କୋର ପାଳି । ଆଦାୟ କରିବେ ବକେୟା ବିଦ୍ୟୁତ୍ ବିଲ୍ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନେସ୍କୋ କର୍ତ୍ତୃପକ୍ଷ କହିଛନ୍ତି, ନେସ୍କୋର ୧୮ ଲକ୍ଷ ୭୨ ହଜାର ଗ୍ରାହକଙ୍କ ମଧ୍ୟରୁ ୧୦ ଲକ୍ଷ ୮୧ ହଜାର ଗ୍ରାହକଙ୍କ ଉପରେ ବକେୟା ଅଛି ପ୍ରାୟ ୧୫ଶହ କୋଟି ଟଙ୍କା ।
ସେହିପରି ୩୯ ହଜାର ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ୯୫ କୋଟି ଟଙ୍କା ଏବଂ ୧୯ ଶହ ୬୨ ଶିଳ୍ପାନୁଷ୍ଠାନ ଉପରେ ବାକି ଅଛି ୩୦୫ କୋଟି ଟଙ୍କା। ତେଣୁ ଆସନ୍ତା ୨ ତାରିଖରେ ବକେୟା ଆଦାୟ ପାଇଁ ନୋଟିସ କରିବ ନେସ୍କୋ । ନୋଟିସର ୧୫ ଦିନ ମଧ୍ୟରେ ବିଲ୍ ପୈଠ ନକଲେ ଫେବୃୟାରୀ ୧୮ରୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ ବୋଲି ନେସ୍କୋ କହିଛି ।
ସେହିପରି ସାଉଥକୋ ମଧ୍ୟ ବିଜୁଳି କାଟିବାକୁ ନିଷ୍ପତ୍ତି ନେଇଛି। ବ୍ରହ୍ମପୁରରେ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଗ୍ରାହକଙ୍କୁ ଚେତାବନୀ ଦେଇଛି ସାଉଥକୋ । ସାଉଥକୋରେ ୧ ହଜାର ୩୭୪ କୋଟି ଟଙ୍କା ଗ୍ରାହକଙ୍କ ଉପରେ ବାକି ରହିଛି । ଫେବ୍ରୁଆରୀ ୧୫ ସୁଦ୍ଧା ବକେୟା ପୈଠ ନକଲେ ବିଦ୍ୟୁତ୍ କାଟ୍ କରାଯିବ ବୋଲି ସାଉଥ୍କୋ ଦର୍ଶାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/tt_1626691200.jpg)