Advertisment

ରାତି ପାହିଲେ NEET ପରୀକ୍ଷା, ରାଜ୍ୟରେ ପରୀକ୍ଷା ଦେବେ ୩୭ହଜାରରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାତି ପାହିଲେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET। ସାରା ଦେଶରେ ପରୀକ୍ଷାର ସାମ୍ନା କରିବେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ। ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ଆମ ରାଜ୍ୟରେ ପରୀକ୍ଷା ଦେବାକୁ ଯାଉଛନ୍ତି। ୩୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥିପାଇଁ ୭ଟି ସହରରେ ହୋଇଛି ୮୩ଟି ପରୀକ୍ଷା କେନ୍ଦ୍ର ଜେଇଇ ମେନ୍ ଭଳି NEET ଲାଗି ସବୁ ପରୀକ୍ଷା କେନ୍ଦ୍ରରେ କୋଭିଡ୍ ସତର୍କତାକୁ ସର୍ବାଧିକ ଗୁରୁତ୍ୱ ମିଳିଛି। National Testing Agency […]

ରାତି ପାହିଲେ NEET ପରୀକ୍ଷା, ରାଜ୍ୟରେ ପରୀକ୍ଷା ଦେବେ ୩୭ହଜାରରୁ ଅଧିକ ଛାତ୍ରଛାତ୍ରୀ

neet

Advertisment

ଭୁବନେଶ୍ୱର: ରାତି ପାହିଲେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET। ସାରା ଦେଶରେ ପରୀକ୍ଷାର ସାମ୍ନା କରିବେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ। ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ଆମ ରାଜ୍ୟରେ ପରୀକ୍ଷା ଦେବାକୁ ଯାଉଛନ୍ତି। ୩୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥିପାଇଁ ୭ଟି ସହରରେ ହୋଇଛି ୮୩ଟି ପରୀକ୍ଷା କେନ୍ଦ୍ର ଜେଇଇ ମେନ୍ ଭଳି NEET ଲାଗି ସବୁ ପରୀକ୍ଷା କେନ୍ଦ୍ରରେ କୋଭିଡ୍ ସତର୍କତାକୁ ସର୍ବାଧିକ ଗୁରୁତ୍ୱ ମିଳିଛି।

Advertisment

National Testing Agency ପରୀକ୍ଷାର୍ଥୀଙ୍କୁ ଯୋଗାଇ ଦେଇଛି ମାସ୍କ ଓ sanitizer କେନ୍ଦ୍ର ବାହାରେ ଭିତରେ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି ପ୍ରତି ରୁମରେ କେବଳ ୧୨ ଜଣ ପରୀକ୍ଷାର୍ଥୀ ବସିବାକୁ ବ୍ୟବସ୍ଥା ହୋଇଛି। PPE କିଟ୍ ପିନ୍ଧି ପରୀକ୍ଷା ପରିଚାଳନା କରିବେ invigilator କରୋନା ପଜିଟିଭ୍ ବା ଲକ୍ଷଣ ଥିବା ପରୀକ୍ଷାର୍ଥୀ isolation ରୁମରେ ପରୀକ୍ଷା ଦେବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀଙ୍କ ରହଣୀ ସ୍ଥାନରେ ମେଡିକାଲ ଟିମକୁ ମହଜୁଦ ରଖାଯାଇଛି।

ଜେଇଇ ମେନ୍ ଭଳି ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାର ପରିବହନ ଓ ରହଣି ବ୍ୟବସ୍ଥା କରିଛନ୍ତି। ଭୁବନେଶ୍ବରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ର ହୋଇଥିବାରୁ ଦୂର ଦୂରାନ୍ତରୁ ଆସୁଥିବା ପରୀକ୍ଷାର୍ଥୀଙ୍କୁ ମିଳିଛି ମାଗଣା ଟ୍ରେନ୍ ସେବା। ସେହିଭଳି ସହରରେ ୬ଟି ରହଣୀ କେନ୍ଦ୍ରରେ ରହିବା, ଖାଇବା ସହ ଯେପରି କରୋନା ସଂକ୍ରମଣ ନବ୍ୟାପେ ସେଥିଲାଗି, ସବୁ ପ୍ରକାର ସତର୍କତା ଅବଲମ୍ବନ କରାଯାଇଛି।

Advertisment

ଏ ନେଇ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ପରୀକ୍ଷା ସୁପରିଚାଳନା ଓ ଆନୁସଙ୍ଗିକ ସୁବିଧା ନେଇ ସମୀକ୍ଷା କରାଯାଇଛି। ଆସନ୍ତାକାଲି ଦିନ ୨ ଟାରୁ ଅପରାହ୍ଣ ୫ଟା ଯାଏଁ ଚାଲିବ ନିଟ୍ ପରୀକ୍ଷା। ତେବେ ଏହାର ଅଢେଇ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରକୁ ପ୍ରବେଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ