/odishatv-khabar/media/post_attachments/uploadimage/library/16_9/16_9_0/pari_1625049333.jpg)
pari
ଭୁବନେଶ୍ୱର: ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ନୟାଗଡ଼ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ସମନ କଲେ NCPCR ବା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଉଭୟଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ NCPCR କରିଛି। ଏନେଇ NCPCR ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋଙ୍କ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ପରୀ ଘଟଣାରେ ସମନ କରିଥିବାରୁ NCPCRଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର।
ଏହା ପୂର୍ବରୁ ପରୀକୁ ବଳି ଦିଆଯାଇ ଥାଇପାରେ ବୋଲି ଆଜି ପୁଣିଥରେ ଦୋହରାଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ। ପରୀକୁ ବଳି ସହ ଦୁଷ୍କର୍ମ ବି ହୋଇଥାଇପାରେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ସମୟରେ ଅଙ୍ଗତସ୍କରୀ ଟେକ୍ନିକାଲି ସମ୍ଭବ ନୁହେଁ। ସେତେବେଳେ ଲକ୍ ଡାଉନ ଥିଲା, ହସ୍ପିଟାଲ ସୁବିଧା ବି ନ ଥିଲା। ଯଦି ଜଣେ ନେଲା, ଦେହାବଶେଷ କାହିଁକି ପୁଣି ପକାଇ ଦେଲା ବୋଲି ପ୍ରଶ୍ନ କରିଛନ୍ତି ସଂଧ୍ୟାବତୀ।
ନୟାଗଡ଼, କନ୍ଧମାଳ ଅଞ୍ଚଳରେ ବଳି ଅନ୍ଧବିଶ୍ୱାସ ରହିଛି ଦୁଷ୍କର୍ମ କରି କେମିକାଲ ପକାଇ ବଡି ନଷ୍ଟ କରିଦେଇ ଥାଇପାରନ୍ତି ବୋଲି ସଂଧ୍ୟାବତୀ ଆଶଙ୍କା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)