Advertisment

କେନ୍ଦ୍ରାପଡ଼ାରେ ହେବ ଆଉ ୩୦ଟି ବାତ୍ୟା ଆଶ୍ରୟସ୍ଥଳୀ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନିର୍ମାଣ ହେବ ଆଉ ୩୦ଟି ବାତ୍ୟା ଆଶ୍ରୟସ୍ଥଳୀ। ଆଜି କେନ୍ଦ୍ରାପଡ଼ା ଗସ୍ତରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ବାତ୍ୟା ଆଶ୍ରୟସ୍ଥଳରେ ୨ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ ହେବ। ସେହିଭଳି ଫୋନି ଦ୍ୱାରା କ୍ଷତିଗ୍ରସ୍ତ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ମରାମତି ପାଇଁ ୨ ଲକ୍ଷ ମିଳିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ, […]

କେନ୍ଦ୍ରାପଡ଼ାରେ ହେବ ଆଉ ୩୦ଟି ବାତ୍ୟା ଆଶ୍ରୟସ୍ଥଳୀ

nu

Advertisment

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନିର୍ମାଣ ହେବ ଆଉ ୩୦ଟି ବାତ୍ୟା ଆଶ୍ରୟସ୍ଥଳୀ। ଆଜି କେନ୍ଦ୍ରାପଡ଼ା ଗସ୍ତରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ବାତ୍ୟା ଆଶ୍ରୟସ୍ଥଳରେ ୨ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ ହେବ। ସେହିଭଳି ଫୋନି ଦ୍ୱାରା କ୍ଷତିଗ୍ରସ୍ତ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ମରାମତି ପାଇଁ ୨ ଲକ୍ଷ ମିଳିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ, ମତ୍ସ୍ୟଜୀବୀଙ୍କୁ ତୁରନ୍ତ ସହାୟତା ଦେବାକୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିପନ୍ନଙ୍କୁ ସହାୟତା ପ୍ୟାକେଜ ସହ କେହି ଯୋଗ୍ୟ ହିତାଧିକାରୀ ଯେପରି ବଞ୍ଚିତ ନ ହେବା ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ