/odishatv-khabar/media/post_attachments/uploadimage/library/16_9/16_9_0/ttb_1626692751.jpg)
ttb
ଭୁବନେଶ୍ୱର:ଏଥର ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଲଢ଼େଇ ହୋଇଛି। ବିଜେପିକୁ ଆଶାତୀତ ଭାବେ ସଫଳତା ମିଳି ନ ଥିବା ବେଳେ ବିଜେଡି ଅଧିକାଂଶ ସ୍ଥାନରେ ପୂର୍ବସ୍ଥିତି ବଜାଏ ରଖିଛି। ହେଭିୱେଟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ବିଜୟୀ ହୋଇଥିବା ବେଳେ ହିଞ୍ଜିଳି ଆସନରେ ଆଗୁଆ ରହିଛନ୍ତି। ବିଜେପୁରରେ ନବୀନ ୧,୦୮,୮୪୮ ଭୋଟ ପାଇଥିବା ବେଳେ କଂଗ୍ରେସର ରିପୁନାଥ ସେଠ୍ଙ୍କୁ ପରାସ୍ତ କରିଛନ୍ତି। ସେହିପରି ଭଟଲିରୁ ବିଜେଡିର ସୁଶାନ୍ତ ସିଂହ ୯୮,୩୮୫ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ନିମାପଡାରୁ ସମୀର ଦାଶ, ବରଗଡ଼ରୁ ଦେବେଶ ଆଚାର୍ଯ୍ୟ, ପଦ୍ମପୁରରୁ ବିଜୟ ରଞ୍ଜନ ସିଂ ବରିହା ଏବଂ ସାଲେପୁରରୁ ପ୍ରଶାନ୍ତ ବେହେରା ବିଜୟୀ ହୋଇଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)