representative-image
ଭୁବନେଶ୍ୱର: ତିର୍ତ୍ତୋଲ ପାଇଁ ଭର୍ଚୁଆଲ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ଗାଇଡଲାଇନ ସମସ୍ତେ ମାନିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଚାରରେ ଲୋକଙ୍କୁ ସମ୍ବୋଧନ କରି ନବୀନ କହିଛନ୍ତି ଯେ ମୋ ପ୍ରତି ଆପଣମାନଙ୍କ ଭଲପାଇବା ମୁଁ ଭଲଭାବେ ଜାଣିଛି। ଆସିବାକୁ ଚାହିଁ ବି କରୋନା ଯୋଗୁ ଆପଣମାନେ ଆସିପାରିନାହାନ୍ତି। କରୋନା କଟକଣା ହଟିଲେ ମୁଁ ନିଶ୍ଚିତ ଆପଣମାନଙ୍କ ପାଖକୁ ଯିବି ବୋଲି ନବୀନ କହିଛନ୍ତି।
ଏଥିସହିତ ଦଳୀୟ ପ୍ରଚାର ପାଇଁ ନବୀନ କହିଛନ୍ତି ଯେ ଆପଣମାନଙ୍କ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଛୁ। ଯୁବକ ଯୁବତୀଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟିକୁ ପ୍ରାଧାନ୍ୟ ଦେଉଛୁ। ତିର୍ତ୍ତୋଲରେ ମିଶନ ଶକ୍ତି ମା’ମାନେ ଭଲ କାମ କରିଛନ୍ତି। ଏଥିପାଇଁ ମୁଁ ବହୁତ ଖୁସି ଅଛି। ଏମିତି ଭଲ କାମ କରୁଥାନ୍ତୁ, ମୁଁ ଆପଣମାନଙ୍କ ସହ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ଭୋଟଦାନ କେନ୍ଦ୍ରକୁ ଯିବା ବେଳେ ସୁରକ୍ଷା ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସତର୍କ କରାଇଛନ୍ତି।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚ୍ଚୁଆଲ୍ ପ୍ରଚାରର କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ଗତକାଲ ବିରୋଧୀ ଦଳମାନେ କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/representative-image-1_1625175543.jpg)