Advertisment

Navanirman Krushak Sangathan Protest: ମଣ୍ଡି, PUCC ଓ ଟାଟା ପାୱାର ଶୋଷଣ ବିରୋଧରେ ବନ୍ଦ ଡାକରା; ବିଜେପି କହିଲା, କିଛି ହେବନି

କାଲି ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା। ମଣ୍ଡି, PUCC ଓ ଟାଟା ପାୱାର ଶୋଷଣ ବିରୋଧରେ ବନ୍ଦ ଡାକରା। ସକାଳ ୬ରୁ ଦିନ ୨ ଯାଏଁ ଚକ-ଅଖ ବନ୍ଦ ଡାକରା। ବନ୍ଦକୁ କଂଗ୍ରେସର ନୈତିକ ସମର୍ଥନ ଓ ବିଜେଡିର ସ୍ୱାଗତ। ବିଜେପି କହିଲା, ଓଡ଼ିଶା ବନ୍ଦର ପଡ଼ିବନି କୌଣସି ପ୍ରଭାବ

author-image
Pramod Behera
Navanirman Krushak Sangathan Protest

ମଣ୍ଡି, PUCC ଓ ଟାଟା ପାୱାର ଶୋଷଣ ବିରୋଧରେ ବନ୍ଦ ଡାକରା Photograph: (OTV)

କେତେ ପ୍ରଭାବୀ ହେବ ନବନିର୍ମାଣ କୃଷକ ସଂଗଠନର ଓଡିଶା ବନ୍ଦ ଡାକରା । କଂଗ୍ରେସର ନୈତିକ ସମର୍ଥନ ଆଉ ବିଜେଡିର ସ୍ୱାଗତ ପରେ ଚିନ୍ତାରେ ଲୋକେ । ଯଦିଓ ସଂଗଠନ ପକ୍ଷରୁ ଚକ ଅଖ ବନ୍ଦ ଡାକରା ଦିଆଯାଇଛି, କିନ୍ତୁ ଏଯାଏଁ ସ୍କୁଲ କଲେଜ କିମ୍ବା ସରକାରୀ କାର୍ଯ୍ୟାଳୟ ଛୁଟି ଘୋଷଣା ହୋଇନି ।ସାଧାରଣ ପରିବହନ ଚଳାଚଳ ଜାରି ରହିବ କି ନାହିଁ ତାକୁ ନେଇ ବି ପ୍ରଶ୍ନ।

Advertisment

ଆସନ୍ତାକାଲି ଓଡିଶା ବନ୍ଦ । ସକାଳ ୬ରୁ ଅପରାହ୍ନ ୨ । ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ । କଂଗ୍ରେସ ଦେଇଛି ନୈତିକ ସମର୍ଥନ । ବନ୍ଦ ହେବ ଚକ ଅଖ, ମେଡିକାଲକୁ ଛାଡ଼ି ଅନ୍ୟ ସବୁ ସେବା ବନ୍ଦ । ରାଜ୍ୟରେ କୃଷକ ଏବଂ ମଣ୍ଡିର ଅବ୍ୟବସ୍ଥା, PUCC ନାଁରେ ସାଧାରଣ ଲୋକଙ୍କୁ ଶୋଷଣ ଏବଂ ଟାଟା ପାୱାରର ଗ୍ରାହକ ଶୋଷଣ ନୀତିକୁ ବିରୋଧ କରି ନବ ନିର୍ମାଣ କୃଷକ ସଂଗଠନ ଦେଇଛି ବନ୍ଦ ଡାକରା । 

ଆସନ୍ତାକାଲି ବନ୍ଦକୁ ସମର୍ଥନ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ ସହ ରାଲି କରି ସମର୍ଥନ ମାଗିଛି ସଂଗଠନ । ସମସ୍ତ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦେଇ ସ୍କୁଲ କଲେଜ ବନ୍ଦ କରାଯିବ । ରାଜ୍ୟ ରାଜପଥ ସହ ଜାତୀୟ ରାଜପଥରେ ପିକେଟିଂ କରି ଚକ ଅଖ ବନ୍ଦ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।ଯଦିଓ କଂଗ୍ରେସ ପକ୍ଷରୁ ଏହି ବନ୍ଦକୁ ସମର୍ଥନ ଦିଆଯାଇଛି କିନ୍ତୁ ରାଜରାସ୍ତାକୁ ଓହ୍ଲାଇବନି ଦଳ । 

Advertisment

ଅନ୍ୟପଟେ ବିଜେଡି ବନ୍ଦ ଡାକରାକୁ ସିଧାସଳଖ ସମର୍ଥନ ଦେଇ ନଥିଲେ ମଧ୍ୟ ଏହାକୁ ସ୍ୱାଗତ କରିବା ସହ ସାମ୍ବାଦିକ ସମ୍ମିଳନୀ କରି ସାଧୁବାଦ ଜଣାଇଛି । ବିଜେପି କହିଛି, ନବନିର୍ମାଣ କୃଷକ ସଂଗଠନର ବନ୍ଦ ନକଲି ଚାଷୀଙ୍କ ଆନ୍ଦୋଳନ । ଶକ୍ତି ନଥିବାରୁ ସେମାନଙ୍କ କାନ୍ଧରେ ଲାଉ ହେଉଛି କଂଗ୍ରେସ । ବନ୍ଦର କିଛି ପ୍ରଭାବ ପଡିବ ନାହିଁ । 

କିନ୍ତୁ ବଡ଼ କଥା ହେଉଛି ଏଯାଏଁ କୌଣସି ସରକାରୀ କାର୍ଯ୍ୟାଳୟ କିମ୍ବା ସ୍କୁଲ କଲେଜ ପକ୍ଷରୁ ଛୁଟି ଘୋଷଣା କରାଯାଇ ନାହିଁ । ଯଦିଓ ସଂଗଠନ ପକ୍ଷରୁ ଚକ ଅଖ ବନ୍ଦ କରାଯାଇଛି କିନ୍ତୁ ଯାନବାହାନ ଚଳାଚଳ ନେଇ ଏପର୍ଯ୍ୟନ୍ତ ବସ ମାଲିକ ସଂଘ ମଧ୍ୟ ନୀରବ ରହିଛି। 

Farmers Protest Odisha Politics Odisha News
Advertisment
Advertisment