Advertisment

୨ ଦିନ ପରେ ନାଗାର୍ଜୁନ ବେଶ

ପୁରୀ: ପାଖେଇ ଆସୁଛି ସେହି ପ୍ରତୀକ୍ଷିତ ମୂହୁର୍ତ୍ତ। ମଝିରେ ଆଉ ମାତ୍ର ୨ ଦିନ। ୨୭ ତାରିଖ ଶୁକ୍ରବାର ଶ୍ରୀମନ୍ଦିର ରତ୍ନ ସିଂହାସନରେ ଅତି ଦୁର୍ଲଭ ନାଗାର୍ଜୁନ ବେଶରେ ଶୃଙ୍ଗାର ହେବେ ମହାପ୍ରଭୁ। ସେଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ। ମହାପ୍ରଭୁଙ୍କୁ ଏହି ବିରଳ ବେଶରେ ଲାଗି ହେବାକୁ ଥିବା ସୂକ୍ଷ୍ମ ସାମଗ୍ରୀ ସହ ମୁଖ୍ୟ ଆକର୍ଷଣ ବୋଲାଉଥିବା ୧୬ ପ୍ରକାର ଅସ୍ତ୍ର ମଧ୍ୟରୁ ବାଙ୍କଛୁରୀ, କଟାରି, ତ୍ରିଶୂଳ, ରଞ୍ଜକଦାନି ଓ ଶିଙ୍ଗା ଆଦି ଅସ୍ତ୍ର ସବୁର କାମ […]

ଅଦ୍ୟତନ ହୋଇଛି
୨ ଦିନ ପରେ ନାଗାର୍ଜୁନ ବେଶ

nagarjuna-besha

Advertisment

ପୁରୀ: ପାଖେଇ ଆସୁଛି ସେହି ପ୍ରତୀକ୍ଷିତ ମୂହୁର୍ତ୍ତ। ମଝିରେ ଆଉ ମାତ୍ର ୨ ଦିନ। ୨୭ ତାରିଖ ଶୁକ୍ରବାର ଶ୍ରୀମନ୍ଦିର ରତ୍ନ ସିଂହାସନରେ ଅତି ଦୁର୍ଲଭ ନାଗାର୍ଜୁନ ବେଶରେ ଶୃଙ୍ଗାର ହେବେ ମହାପ୍ରଭୁ। ସେଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ। ମହାପ୍ରଭୁଙ୍କୁ ଏହି ବିରଳ ବେଶରେ ଲାଗି ହେବାକୁ ଥିବା ସୂକ୍ଷ୍ମ ସାମଗ୍ରୀ ସହ ମୁଖ୍ୟ ଆକର୍ଷଣ ବୋଲାଉଥିବା ୧୬ ପ୍ରକାର ଅସ୍ତ୍ର ମଧ୍ୟରୁ ବାଙ୍କଛୁରୀ, କଟାରି, ତ୍ରିଶୂଳ, ରଞ୍ଜକଦାନି ଓ ଶିଙ୍ଗା ଆଦି ଅସ୍ତ୍ର ସବୁର କାମ ପ୍ରାୟ ଶେଷ ହୋଇଯାଇଛି। ସେହିପରି ନାଗା ତାଟି, ହାଣ୍ଡିଆ ଓ ଢେଣୁ ସହ ଅଳଙ୍କାର ଭାବେ ବାଘନଖ, କଲିକି ଫୁଲ, ଆଡ଼କାନି ଓ ଚନ୍ଦ୍ରସୂର୍ଯ୍ୟ ମଧ୍ୟ ତିଆରି ସରିଲାଣି। କେବଳ ଅପେକ୍ଷା କେତେବେଳେ ଏସବୁକୁ ସସମ୍ମାନେ ପାଟ ପଟୁଆରରେ ଶ୍ରୀମନ୍ଦିରକୁ ବିଜେ କରାଯିବ।

Advertisment

ସୂଚନା ଅନୁସାରେ ନାଗାର୍ଜୁନ ବେଶର ସତ୍ତ୍ୱାଧିକାରୀ ବଳରାମ ଖୁଣ୍ଟିଆଙ୍କ ପୁରୀ ହରଚଣ୍ଡୀ ସାହି ସ୍ଥିତ ଘରୁ ଗୁରୁବାର ରାତି ପ୍ରାୟ ୨ଟାରୁ ତିନିଟା ମଧ୍ୟରେ ସାମଗ୍ରୀକୁ ଅତି ଯତ୍ନ ସହକାରେ ମଣିକର୍ଣ୍ଣିକା ସାହି ଓ ଗାଣ୍ଡୁଆଚଉରା ଛକ ଦେଇ ସିଂହଦ୍ୱାର ପଟେ ଶ୍ରୀମନ୍ଦିରରେ ପ୍ରବେଶ କରାଯିବ।

କିନ୍ତୁ କରୋନା କଟକଣା ଯୋଗୁ ଏଥର ଭକ୍ତ ଦର୍ଶନରୁ ବଞ୍ଚିତ ରହିବେ। ସେପଟେ ବେଶକୁ ନେଇ ଗତକାଲି ବସିବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନିର୍ବାର୍ଯ୍ୟ କାରଣରୁ ବାତିଲ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ