Shreemayee Mishra Photograph: (OTV)
ନୂଆପଡ଼ା ଉପନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ବିଜେଡିର ନେତା ଓ ନେତୃତ୍ୱଙ୍କୁ ଖୋଲାଖୋଲି କଟାକ୍ଷ କରିଛନ୍ତି ନାରୀ ନେତ୍ରୀ ଶ୍ରୀମୟୀ ମିଶ୍ର।
ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ନେତାମାନଙ୍କୁ କଡ଼ା ଭାଷାରେ ଟାର୍ଗେଟ୍ କରିଛନ୍ତି। ସେ ଗତମାସରେ ଏକ ସାକ୍ଷାତକାରରେ ବିଜେଡି ପ୍ରାର୍ଥୀ ନୂଆପଡ଼ାରେ ତିନି ନମ୍ବରରେ ରହିବେ ବୋଲି ଦେଇଥିବା ପ୍ରତିକ୍ରିୟାର ଭିଡିଓକୁ ନିଜ ସୋସିଆଲ ମିଡିଆରେ ସେୟାର କରିବା ସହ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମଧ୍ୟ କଡ଼ା ସମାଲୋଚନା କରି କହିଛନ୍ତି ଯେ, “ନବରାତ୍ରିରେ ଯେଉଁ ମହିଳା ମୋତେ ବ୍ୟକ୍ତିଗତ ଭାବେ ଅପମାନିତ କରିବା ପାଇଁ ପ୍ରୟାସ କରିଥିଲେ, ତାଙ୍କୁ ଆଜି ନୂଆପଡ଼ାବାସୀ ‘ମିଛେଇ ପରଦେଶୀ’ କହି ଉଚିତ୍ ଜବାବ ଦେଲେ। ବିଳମ୍ବରେ ହେଉ ପଛେ ନିୟତି ତାଙ୍କର ବିଚାର କଲା। ଶେଷପର୍ଯ୍ୟନ୍ତ ନିଜର ମାମୁଁ ଘର କହି ଡ୍ରାମା କଲେ। ବୋଧେ ନିର୍ବାଚନ ପୂର୍ବରୁ କାଳ୍ପନିକ ମାମୁଁ ଦହି ଖୁଆଇ ଆଶୀର୍ବାଦ ଦେଇନଥିଲେ। ଯିଏ ଗୋଟିଏ ନିର୍ବାଚନ ମଣ୍ଡଳୀର ମହିଳାମାନଙ୍କୁ ସଂଗଠିତ କରି ପାରିଲେ ନାହିଁ,ସେ ପୁଣି ରାଜ୍ୟ ସଭାନେତ୍ରୀ।” ବୋଲି କହିଛନ୍ତି।
ଶ୍ରୀମୟୀ ନିଜ ସୋସିଆଲ ମିଡିଆ ପୋଷ୍ଟ ନୂଆପଡା ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ବାଛିବା ଓ ପ୍ରଚାର ପାଇଁ ନବୀନଙ୍କୁ ନେବା ମଧ୍ୟ ପାଣ୍ଡିଆନଙ୍କ ଚକ୍ରାନ୍ତ ବୋଲି ଅଭିଯୋଗ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/15/shreemayee-mishra-2025-11-15-09-29-51.jpg)