Advertisment

' ମୋତେ ମଶାଣିକୁ ନେଲା ବେଳେ ଗୀତ ଗାଇ ଗାଇ ନେଲେ ମୁଁ ଅଧିକ ଖୁସି ହେବି '

ବାଲିଗୁଡ଼ା (ଅଜିତ ନାୟକ): ସଙ୍ଗୀତ ହେଉଛି ମୋ ଜୀବନ। ସଙ୍ଗୀତରୁ ମୁଁ ମୋ ଜୀବନ ଆରମ୍ଭ କରିଛି। ମୋ ମୃତ୍ୟୁ ପରେ ମୋତେ ମଶାଣିକୁ ନେଲା ବେଳେ ଯଦି ଗୀତ ଗାଇ ଗାଇ ନିଆଯାଏ, ତାହାହେଲେ ମୁଁ ଅଧିକ ଖୁସି ହେବି। ଏ କଥା କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି ଠାରେ ଆୟୋଜିତ ଶୀତ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ସେ ଏହି କଥା କହିଥିଲେ। ଏହି ଉତ୍ସବରେ ପରିବହନ […]

' ମୋତେ ମଶାଣିକୁ ନେଲା ବେଳେ ଗୀତ ଗାଇ ଗାଇ ନେଲେ ମୁଁ ଅଧିକ ଖୁସି ହେବି '

minister song

Advertisment

ବାଲିଗୁଡ଼ା (ଅଜିତ ନାୟକ): ସଙ୍ଗୀତ ହେଉଛି ମୋ ଜୀବନ। ସଙ୍ଗୀତରୁ ମୁଁ ମୋ ଜୀବନ ଆରମ୍ଭ କରିଛି। ମୋ ମୃତ୍ୟୁ ପରେ ମୋତେ ମଶାଣିକୁ ନେଲା ବେଳେ ଯଦି ଗୀତ ଗାଇ ଗାଇ ନିଆଯାଏ, ତାହାହେଲେ ମୁଁ ଅଧିକ ଖୁସି ହେବି। ଏ କଥା କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

Advertisment

ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି ଠାରେ ଆୟୋଜିତ ଶୀତ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ସେ ଏହି କଥା କହିଥିଲେ। ଏହି ଉତ୍ସବରେ ପରିବହନ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭଜନ ଗାଇ ଲୋକଙ୍କୁ ଶୁଣାଇଥିଲେ। ଯାହାର ଭିଡ଼ିଓ ଏବେ ଅଞ୍ଚଳରେ ବେଶ ଭାଇରାଲ ହେବାରେ ଲାଗିଛି।

ବିଭିନ୍ନ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଗୀତ ଗାଇ ଅଧିକ ଚର୍ଚ୍ଚାରେ ରହିଛନ୍ତି। ମନ୍ତ୍ରୀ ଭାବରେ ନିଜର କାର୍ଯ୍ୟ ତୁଲାଇବା ସହ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଜଗନ୍ନାଥଙ୍କ ଭଜନ ଗାଇ ଉପସ୍ଥିତ ଲୋକଙ୍କ ପ୍ରିୟଭାଜନ ହେବାରେ ଲାଗିଛନ୍ତି। ଅନ୍ୟପଟେ ଭଜନ ହିଁ ତାଙ୍କର ଜୀବନ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ