Advertisment

ରାଜଧାନୀରେ ହତ୍ୟାକାଣ୍ଡ : ବ୍ୟକ୍ତିଙ୍କୁ ଗଳାକାଟି ନିର୍ମମ ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ହତ୍ୟାକାଣ୍ଡ। ଜଣେ ବ୍ୟକ୍ତିଙ୍କୁ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଭୁବନେଶ୍ୱର ପୁରୁଣା ଷ୍ଟେସନ ବଜାର ଅଞ୍ଚଳରେ ହୋଇଛି ଏହି ହତ୍ୟାକାଣ୍ଡ। ଏକ ଡର୍ମିଟୋରୀ ଭିତରେ ବ୍ୟକ୍ତିଙ୍କୁ ବ୍ଲେଡ୍ ଯୋଗେ ଗଳାକାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି। ତେବେ ତାଙ୍କର ପରିଚୟ ଏଯାଏ ମିଳିପାରିନି। ଲକ୍ଷ୍ମୀସାଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରୁଛି। ମିଳିଥିବା ସୂଚନା ଅନୁଯାୟୀ, ହତ୍ୟାର ଶିକାର ବ୍ୟକ୍ତିଙ୍କ ସହ ଆଉ ଜଣେ ବ୍ୟକ୍ତି ଡର୍ମିଟୋରୀକୁ ଆସିଥିଲେ। ଡର୍ମିଟୋରୀ […]

ରାଜଧାନୀରେ ହତ୍ୟାକାଣ୍ଡ : ବ୍ୟକ୍ତିଙ୍କୁ ଗଳାକାଟି ନିର୍ମମ ହତ୍ୟା

murder

Advertisment

ଭୁବନେଶ୍ୱର : ରାଜଧାନୀରେ ହତ୍ୟାକାଣ୍ଡ। ଜଣେ ବ୍ୟକ୍ତିଙ୍କୁ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଭୁବନେଶ୍ୱର ପୁରୁଣା ଷ୍ଟେସନ ବଜାର ଅଞ୍ଚଳରେ ହୋଇଛି ଏହି ହତ୍ୟାକାଣ୍ଡ।

Advertisment

ଏକ ଡର୍ମିଟୋରୀ ଭିତରେ ବ୍ୟକ୍ତିଙ୍କୁ ବ୍ଲେଡ୍ ଯୋଗେ ଗଳାକାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି। ତେବେ ତାଙ୍କର ପରିଚୟ ଏଯାଏ ମିଳିପାରିନି। ଲକ୍ଷ୍ମୀସାଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ହତ୍ୟାର ଶିକାର ବ୍ୟକ୍ତିଙ୍କ ସହ ଆଉ ଜଣେ ବ୍ୟକ୍ତି ଡର୍ମିଟୋରୀକୁ ଆସିଥିଲେ। ଡର୍ମିଟୋରୀ କର୍ତ୍ତୃପକ୍ଷ ଡକ୍ୟୁମେଣ୍ଟ ମାଗିବାରୁ ଡକ୍ୟୁମେଣ୍ଟ ନଦେଇ ଫ୍ରେସ୍ ହେବା ପାଇଁ କହି ଭିତରକୁ ଦୁହେଁ ଯାଇଥିଲେ। କିନ୍ତୁ ଏହାର ଅନ୍ତରାଳେ ଏକ ହତ୍ୟାକାଣ୍ଡ ହେବା ନେଇ ସୁରାକ ପାଇନଥିଲେ ଡର୍ମିଟୋରୀ କର୍ତ୍ତୃପକ୍ଷ।  ବୟସ୍କ ବ୍ୟକ୍ତିଙ୍କ ଗଳାକାଟିବା ପରେ ତାଙ୍କ ସହ ଥିବା ଯୁବକ ଜଣକ ସାବୁନ ଆଣିବାକୁ କହି ଫେରାର ହୋଇଯାଇଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ