Advertisment

ସଲିମ୍ ଖାନ୍‌ଙ୍କ ସୁରକ୍ଷା ପାଇଁ ଅପିଲ କଲେ ବୈଜୟନ୍ତ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ବିଜେଡି ସଂଖ୍ୟାଲଘୁ ସେଲ୍‌ର ପୂର୍ବତନ ସଭାପତି ସଲିମ୍ ଖାନ୍‌ଙ୍କ ଅଡିଓ ଟେପ୍ ଖୁଲାସା ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। କହିଛନ୍ତି ,ମୋ ବିରୋଧରେ ଗତ ୨-୩ ବର୍ଷ ହେଲା ଦଳ ଭିତରେ ଷଡ଼ଯନ୍ତ୍ର ଚାଲିଥିବା କହି ଆସୁଥିଲି। ଆଉ ଏବେ ସେ ଅଡିଓ ଟେପ୍‌ରୁ ସ୍ପଷ୍ଟ ହୋଇଛି ଯେ, P ନାମରେ ଜଣେ ବ୍ୟକ୍ତି ଏଭଳି ଷଡ଼ଯନ୍ତ୍ର କରୁଛନ୍ତି। ଏପରିକି ମୋତେ ଓ ମୋ ସହଯୋଗୀଙ୍କୁ ମଧ୍ୟ ହଇରାଣ କରିବାକୁ […]

ସଲିମ୍ ଖାନ୍‌ଙ୍କ ସୁରକ୍ଷା ପାଇଁ ଅପିଲ କଲେ ବୈଜୟନ୍ତ

baijayanta

Advertisment

ଭୁବନେଶ୍ୱର : କେନ୍ଦ୍ରାପଡ଼ା ବିଜେଡି ସଂଖ୍ୟାଲଘୁ ସେଲ୍‌ର ପୂର୍ବତନ ସଭାପତି ସଲିମ୍ ଖାନ୍‌ଙ୍କ ଅଡିଓ ଟେପ୍ ଖୁଲାସା ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। କହିଛନ୍ତି ,ମୋ ବିରୋଧରେ ଗତ ୨-୩ ବର୍ଷ ହେଲା ଦଳ ଭିତରେ ଷଡ଼ଯନ୍ତ୍ର ଚାଲିଥିବା କହି ଆସୁଥିଲି। ଆଉ ଏବେ ସେ ଅଡିଓ ଟେପ୍‌ରୁ ସ୍ପଷ୍ଟ ହୋଇଛି ଯେ, P ନାମରେ ଜଣେ ବ୍ୟକ୍ତି ଏଭଳି ଷଡ଼ଯନ୍ତ୍ର କରୁଛନ୍ତି।

Advertisment

ଏପରିକି ମୋତେ ଓ ମୋ ସହଯୋଗୀଙ୍କୁ ମଧ୍ୟ ହଇରାଣ କରିବାକୁ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା, ବରଗଡ଼, ଢେଙ୍କାନାଳରେ ବିରୋଧ ପାଇଁ କୁହାଯାଇଛି। ତେବେ ଏଭଳି ଷଡ଼ଯନ୍ତ୍ର ସମ୍ପର୍କରେ ଦଳର ନେତା ନବୀନ ବାବୁଙ୍କୁ ବୁଝାଇବା ପାଇଁ ବହୁ ଚେଷ୍ଟା କରିଥିବା ବୈଜୟନ୍ତ କହିଛନ୍ତି। ଲୋକଙ୍କ ସମର୍ଥନ ଓ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଯେଉଁମାନେ ଗୁଣ୍ଡାଗିରି କରୁଛନ୍ତି, ମୋ ବିରୋଧରେ ଅପପ୍ରଚାର କରୁଛନ୍ତି ସେମାନେ ସଫଳ ହେବେ ନାହିଁ ବୋଲି କହିଛନ୍ତି।

ତାସହ ସଲିମ ଖାନ୍ ଓ ତାଙ୍କ ପରିବାରର ସୁରକ୍ଷା ପାଇଁ ମଧ୍ୟ ଅପିଲ କରିଛନ୍ତି ବୈଜୟନ୍ତ। ସେପଟେ ନିଜେ ସଲିମ ଖାନ୍,ଡିଜିପିଙ୍କୁ ଚିଠି ଲେଖି ତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ଜଣାଇଛନ୍ତି। ତାସହ ଚିଠିର ନକଲ ମୁଖ୍ୟମନ୍ତ୍ରୀ, ଗୃହ ସଚିବ, ଜିଲ୍ଲା ଏସ୍‌ପିଙ୍କୁ ମଧ୍ୟ ଦେଇଛନ୍ତି।

Advertisment
Security Of Whistleblower Salim Khan Kendrapara MP Baijayant ‘Jay’ Panda Conspiracy Against Jay Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ