Advertisment

Bhartruhari Mahtab Blames: ଭର୍ତ୍ତୃହରିଙ୍କ ବଡ଼ ବୟାନ, କିଛି ଅସାମାଜିକ ଲୋକ ଜେଲରୁ ମୁକୁଳିଥିଲେ... ବିଶୃଙ୍ଖଳା ପାଇଁ ଉସୁକାଉଥିଲେ

କଟକ ବିଶୃଙ୍ଖଳାକୁ ନେଇ ସାଂସଦ ଭର୍ତ୍ତୃହରି ମହତାବ ଦେଇଛନ୍ତି ବଡ଼ ବୟାନ । ସରକାର ଯେଉଁ ପଦକ୍ଷେପ ନେଉଛନ୍ତି, ତାହା ଶାନ୍ତି ଫେରାଇ ଆଣିବ ବୋଲି ସେ କହିଛନ୍ତି ।

author-image
Manas Ranjan Mohanty
bhartruhari

bhartruhari Photograph: (OTV)

କଟକ ବିଶୃଙ୍ଖଳାକୁ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ବଡ଼ ବୟାନ । କିଛି ଅସାମାଜିକ ଲୋକ ଜେଲ୍ ରୁ ମୁକୁଳିଥିଲେ । ସେମାନଙ୍କୁ କିଛି ଲୋକ ବିଶୃଙ୍ଖଳା ପାଇଁ ଉସୁକାଉଥିଲେ । ମୋ ପାଖରେ ଯାହା ସୂଚନା ଥିଲା ଜଣାଇଥିଲି ।କିଛି ଲୋକଙ୍କର ବଦମାସି କରିବାର ଅଭ୍ୟାସ, ଆଗରୁ ଚିହ୍ନଟ ଦରକାର ଥିଲା । ସରକାର ଯେଉଁ ପଦକ୍ଷେପ ନେଉଛନ୍ତି, ତାହା ଶାନ୍ତି ଫେରାଇ ଆଣିବ ।

Advertisment

କଟକରେ କର୍ଫ୍ୟୁ । ଗତକାଲି ରାତି ୧୦ଟାରୁ ୩୬ ଘଣ୍ଟା ପାଇଁ ୧୩ଟି ଥାନା ଅଞ୍ଚଳରେ ଜାରି ହୋଇଛି କର୍ଫ୍ୟୁ । କର୍ଫ୍ୟୁ ଲାଗିଥିବା ଅଞ୍ଚଳ ଗୁଡ଼ିକ ହେଲା ଦରଘା ବଜାର ଥାନା, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀ ଘାଟ ଥାନା, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍-୨, ସଦର ଥାନା, ମାଲଗୋଦାମ, ବାଦାମବାଡ଼ି, ସଦର, ଜଗତପୁର ଓ ବୟାଳିଶି ମୌଜା ଅଞ୍ଚଳ । ଉପଦ୍ରବକାରୀଙ୍କୁ ବରଦାସ୍ତ କରାଯିବନି ବୋଲି ଚେତାଇ ଦେଇଛନ୍ତି କମିଶନର । ବିଶୃଙ୍ଖଳାକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ । ମେଡିକାଲ୍ ଓ ଅତ୍ୟାବଶ୍ୟକ ସେବା କର୍ଫ୍ୟୁରୁ ବାଦ୍ ଦିଆଯାଇଛି । ସ୍ଥିତି ଦେଖି କର୍ଫ୍ୟୁ କୋହଳ କିମ୍ବା ବୃଦ୍ଧି ହେବ । ଅନ୍ୟପଟେ ଗଣ୍ଡଗୋଳ ଘଟଣାରେ କାହାର ମୃତ୍ୟୁ ହୋଇନଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର । ଗୁଜବଠୁ ଦୂରେଇ ରହି ପୋଲିସର ତଥ୍ୟ ଉପରେ ବିଶ୍ବାସ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । 

Advertisment
Related Articles
Advertisment