bjd
ଭୁବନେଶ୍ୱର: ଭଦ୍ରକ ସାଂସଦ ତଥା ବରିଷ୍ଠ ନେତା ଅର୍ଜୁନ ଚରଣ ସେଠୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ସେ ଦଳରୁ ଇସ୍ତଫା ଦେବା ସହ ବିଷୋଦଗାର କରିଛନ୍ତି।
ଭଦ୍ରକ ଲୋକସଭା ଆସନ ପାଇଁ ତାଙ୍କୁ ଟିକେଟ୍ ଦିଆ ନଯିବା ନେଇ ଅସନ୍ତୁଷ୍ଟ ଥିବା ଅର୍ଜୁନ ପୁଅ ଅଭିମନ୍ୟୁଙ୍କୁ ଟିକେଟ୍ ଦେବାକୁ ଦାବି କରିଥିଲେ। ହେଲେ ଏନେଇ ଦଳର ହାଇକମାଣ୍ଡଙ୍କଠାରୁ କୌଣସି ପ୍ରତିଶ୍ରୁତି ନମିଳିବାରୁ ସେ କ୍ଷୁବ୍ଧ ହୋଇଛନ୍ତି। ଯୋଗ୍ୟତା ନଥିବା ଲୋକଙ୍କୁ ଦଳ ଟିକେଟ୍ ଦେଉଥିବାବେଳେ ତାଙ୍କୁ କିମ୍ବା ତାଙ୍କ ପୁଅଙ୍କୁ ଟିକେଟ୍ ଦିଆଯାଇ ନଥିବାରୁ ସେ ମର୍ମାହତ ବୋଲି କହିଛନ୍ତି।
ପ୍ରାର୍ଥୀ ଚୟନରେ ଅନିୟମିତତା ହୋଇଥିବା ସେ ଅଭିଯୋଗ ଆଣିଛନ୍ତି। ପୁଅଙ୍କ ପାଇଁ ଲବି କରିଥିଲେ ଓ ମୁଖ୍ୟମନ୍ତ୍ରୀ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଲେ ଶେଷରେ ତାଙ୍କୁ କିମ୍ବା ପୁଅଙ୍କୁ ଟିକେଟ୍ ଦିଆଗଲା ନାହିଁ ବୋଲି ଅର୍ଜୁନ କହିଛନ୍ତି।
ଭଦ୍ରକରୁ ୯ ଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହୋଇଥିବା ଅର୍ଜୁନଙ୍କୁ ଦଳ ଏଥର ଟିକେଟ୍ ଦେଇନାହିଁ। ତାଙ୍କ ବଦଳରେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ମଞ୍ଜୁଲତଚା ମଣ୍ଡଳଙ୍କୁ ଦଳ ସାଂସଦ ପ୍ରାର୍ଥୀ କରିଛି।
ଧାମନଗର ବିଧାନସଭା ଆସନ ପାଇଁ ପୁଅ ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରାଯିବ ବୋଲି ଶୁଣାଯାଉଥିଲା। ଯଦିଓ ପ୍ରାର୍ଥୀ ଘୋଷଣା ହୋଇନାହିଁ, ତଥାପି ପୁଅଙ୍କୁ ଟିକେଟ୍ ମିଳୁ ନଥିବା ଆଶଙ୍କା କରି ସେ ଦଳ ଛାଡ଼ିଛନ୍ତି। ଅର୍ଜୁନଙ୍କ ଇସ୍ତଫା ପୂର୍ବରୁ ତାଙ୍କ ସହଯୋଗୀ ତଥା ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଗା ପ୍ରସନ୍ନ ଦାସ ଦଳ ଛାଡ଼ିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bjd-12-2_1626759460.jpg)