car
ମାଲକାନଗିରି: ଚଳନ୍ତା କାରରେ ଲାଗିଲା ନିଆଁ। କାରରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି। ମାଲକାନଗିରି ଏମଭି-17 ଗାଁ ନିକଟ ଜାତୀୟ ରାଜପଥ ଉପରେ କାରଟି ଯାଉଥିବାବେଳେ ଏଥିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମବାହିନୀ।
ଜଳନ୍ତା କାର ନିକଟରେ କେହି ନଥିବାରୁ ଗାଡିର ଡ୍ରାଇଭର, ମାଲିକ ଏବଂ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ତେବେ ଜଳିଯାଇଥିବା ଗାଡିରେ ଗଂଜେଇ ଚାଲାଣ ହେଉଥିବା ଅଭିଯୋଗ କରିଛନ୍ତି।
ସ୍ଥାନୀୟ ଲୋକେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି କାରରୁ ଗଂଜେଇ ମିଳିଛି। ତେଣୁ କାରରେ ଗଂଜେଇ କାରବାର ହେଉଥିବା ସ୍ପଷ୍ଟ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/car_1625306853.jpg)