maa
ବାରିପଦା: ମା’ ସ୍ୱର୍ଗଠାରୁ ବଡ଼, ଈଶ୍ୱରଙ୍କଠାରୁ ମହାନ । ତାର ମମତା ଅମୂଲ, ତାର ଭଲ ପାଇବା ସୀମାହୀନ ସାଗର। ନିଜର ଦୁଃଖକଷ୍ଟ ଭୁଲି ସନ୍ତାନ ପାଇଁ ସେ ବାର ମାସରେ ତେର ବ୍ରତ କରେ । ପିଲାଙ୍କ ମଙ୍ଗଳ ପାଇଁ ସବୁ ଝଡ଼ଝଞ୍ଜାକୁ ହସିହସି ସହିଯାଏ। ଏମିତି ଜଣେ ମାଆ ହେଉଛନ୍ତି ସୋମବାରୀ। ଯିଏ ପରିଣତ ବୟସରେ ରୋଗାକ୍ରାନ୍ତ ପୁଅର ଦେଖାଶୁଣା କରୁଛନ୍ତି ।
ସୋମବାରୀଙ୍କ ଘର ମୟୂରଭଞ୍ଜ ଜିଲାର ଉଦଳା। ଘର ବିଛଣାରେ ଭେଣ୍ଡିଆ ପୁଅ ତାଙ୍କର ରୋଗରେ ପଡିଛି। ନିତ୍ୟକର୍ମ ତ ଦୂର କଥା ଉଠି ବସି ପାରୁନାହାନ୍ତି । ତେଣୁ ବସୟର ଅପରାହ୍ଣରେ ପୁଅର ଦେଖାଶୁଣା କରୁଛନ୍ତି ବୁଢ଼ି ମାଆ ସୋମବାରୀ। ସବୁ ମମତା ଉଜାଡ଼ି ଦେଇଛନ୍ତି ତା ଉପରେ । ପିଲା ଦିନେ ଯେମିତି କୋଳେଇ କାଖେଇ ମଣିଷ କରିଥିଲେ । ଆଜି ଠିକ୍ ସେମିତି ଯତ୍ନ ନେଉଛନ୍ତି। ପାଦରେ ଚାଲିବାକୁ ଯୁ ନ ଥିଲେ ବି କଷ୍ଟମଷ୍ଟେ ପୁଅକୁ ଖୁଆଇ ଦେବା ସହ ତାର ସେବା ଶୁଶ୍ରସା କରୁଛନ୍ତି । କାରଣ ଆଜିକୁ ୧୨ ବର୍ଷ ହେଲାଣି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ରହିଛନ୍ତି ପୁଅ ଶୁକୁରା।
ସ୍ୱାମୀଙ୍କ ମୃତ୍ୟୁ ପରେ ସୋମବାରୀଙ୍କ ପାଇଁ ପୁଅ ହିଁ ଏକମାତ୍ର ସାହାରା। କିନ୍ତୁ ରୋଗ ଦାଉରୁ ସେ ଅର୍କମଣ୍ୟ। ଅର୍ଥ ନ ଥିବାରୁ ପୁଅର ଚିକିତ୍ସା କରିପାରୁ ନାହାନ୍ତି ସେ। କିନ୍ତୁ କେବେ ମମତା ଉଣା କରି ନାହାନ୍ତି ପୁଅ ପାଇଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/maa_1626692475.jpg)