Advertisment

KIIT Student Death Case: କିଟ୍ ଛାତ୍ର ମୃତ୍ୟୁ, ମାଆଙ୍କ ସଙ୍ଗୀନ ଅଭିଯୋଗ

ପ୍ରେମ ସଂପର୍କକୁ ନେଇ ସହପାଠିନୀଙ୍କୁ ଦାୟୀ କଲେ ରାହୁଲଙ୍କ ମାଆ। ମୋ ପୁଅ ଉପରେ ନଜର ରଖିବାକୁ ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କୁ କହିଥିଲି। ହେଲେ ହଷ୍ଟେଲ୍ କର୍ତ୍ତୃପକ୍ଷ ମୋ କଥାକୁ ଗୁରୁତ୍ୱ ଦେଲେନି।

KIIT Student Death Case

KIIT Student Death Case Photograph: (OTV)

Advertisment

କିଟ୍ ଛାତ୍ର ରାହୁଲ ଯାଦବ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ମୃତ ଛାତ୍ରଙ୍କ ମାଆ। ସେ ପୁଅର ପ୍ରେମ ସଂପର୍କକୁ ନେଇ ସହପାଠିନୀଙ୍କୁ ଦାୟୀ କରିଛନ୍ତି। ସଙ୍ଗୀନ୍ ଅଭିଯୋଗ ଆଣି କହିଛନ୍ତି, 'ଅନେକ ସମୟରେ ମୋ ପୁଅକୁ ଧମକ ଚମକ ଦିଆଯାଉଥିଲା। 

Advertisment

'କିଛି ଦିନ ହେବ ମୋ ପୁଅ ମାନସିକ ଚାପରେ ରହୁଥିଲା'। 'ମୋ ପୁଅ ଉପରେ ନଜର ରଖିବାକୁ ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କୁ କହିଥିଲି'। 'ହେଲେ ହଷ୍ଟେଲ୍ କର୍ତ୍ତୃପକ୍ଷ ମୋ କଥାକୁ ଗୁରୁତ୍ୱ ଦେଇନାହାଁନ୍ତି'। ଯେଉଁଥି ପାଇଁ ମୋ ପୁଅର ଜୀବନ ଚାଲିଗଲା। ତେଣୁ କଲେଜ୍ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଆକ୍ସନ ଦାବି କରିଚନ୍ତି ମୃତ ଛାତ୍ର ରାହୁଲ ଯାଦବଙ୍କ ମାଆ। 

ଘଟଣାର ତଦନ୍ତ କରି ତୁରନ୍ତ ନ୍ୟାୟ ଦାବି କରିଛନ୍ତି ସେ। ଅନ୍ୟପକ୍ଷରେ ହଷ୍ଟେଲ ରୁମ୍ ଭିତରେ ଫ୍ୟାନ୍ ବ୍ୟବସ୍ଥାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

Advertisment

•    'ପୁଅ ଉପରେ ନଜର ରଖିବାକୁ କହିଥିଲି'
•    କିଟ୍ ଛାତ୍ର ମୃତ୍ୟୁ, ମାଆଙ୍କ ସଙ୍ଗୀନ ଅଭିଯୋଗ 
•    ପ୍ରେମ ସଂପର୍କକୁ ନେଇ ସହପାଠିନୀଙ୍କୁ ଦାୟୀ କଲେ ରାହୁଲଙ୍କ ମାଆ
•    'ଅନେକ ସମୟରେ ମୋ ପୁଅକୁ ଧମକ ଚମକ ଦିଆଯାଉଥିଲା'
•    'କିଛି ଦିନ ହେବ ମୋ ପୁଅ ମାନସିକ ଚାପରେ ରହୁଥିଲା'
•    'ମୋ ପୁଅ ଉପରେ ନଜର ରଖିବାକୁ ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କୁ କହିଥିଲି'
•    'ହେଲେ ହଷ୍ଟେଲ୍ କର୍ତ୍ତୃପକ୍ଷ ମୋ କଥାକୁ ଗୁରୁତ୍ୱ ଦେଇନାହାଁନ୍ତି'
•    ଯେଉଁଥି ପାଇଁ ମୋ ପୁଅର ଜୀବନ ଚାଲିଗଲା: ରାହୁଲଙ୍କ ମାଆ
•    ତଦନ୍ତ କରି ତୁରନ୍ତ ନ୍ୟାୟ ଦାବି କଲେ ରାହୁଲ ଯାଦବଙ୍କ ମାଆ

KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ