SI Exam Scam Photograph: (OTV)
ସରିଲା ଲୁଚକାଳି ଖେଳ । ବନ୍ଧାହେଲା ବହୁଚର୍ଚ୍ଚିତ ପୋଲିସ SI ଚାକିରି ସ୍କାମର ମୋଷ୍ଟଓ୍ୱାଣ୍ଟେଡ୍ ମୁନା ମହାନ୍ତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟରୁ ମୁନାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମୁନାର ଘନିଷ୍ଠ ସହଯୋଗୀ ସୁକାନ୍ତ ମହାରଣା ଓରଫ୍ ରିଙ୍କୁ ବି ଗିରଫ କରିଛି। ଗତକାଲି ଦଶପଲ୍ଲାର ଏକ ଫାର୍ମ ହାଉସରେ ମୁନା ଓ ସୁକାନ୍ତ ଥିବା ବେଳେ ରେଡ୍ କରିଥିଲା କ୍ରାଇମବ୍ରାଂଚ।
ହେଲେ ସେଠୁ ଚମ୍ପଟ ମାରିଥିଲା ମୁନା ମହାନ୍ତି। ପରେ ତାଙ୍କୁ ଟ୍ରାକ୍ କରି ଧରିଛି ତଦନ୍ତକାରୀ ସଂସ୍ଥା। ପୋଲିସ୍ SI ପରୀକ୍ଷାରେ କେଳେଙ୍କାରୀ ମାମଲାରେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। କଟକ ଜିଲ୍ଲା ବାଙ୍କି କଳାପଥର ଅଞ୍ଚଳରେ ମୁନାର ଘର । ସେ ପରୀକ୍ଷାର୍ଥୀଙ୍କଠାରୁ ସାର୍ଟିଫିକେଟ ନେଇ ଟଙ୍କା ଆଦାୟ କରୁଥିଲା ବୋଲି ସୂଚନା ମିଳିଛି। ଶେଷରେ ମୁନା ବନ୍ଧା ହୋଇଥିବାବେଳେ ଶଙ୍କର ଏବେ ବି ଫେରାର।
କେଳେଙ୍କାରୀର ପ୍ରମୁଖ କିଙ୍ଗପିନ୍ ଶଙ୍କର ପୃଷ୍ଟି ଏବେ କେଉଁଠି ତାକୁ ନେଇ ଖୋଳତାଡ଼ ଚଳାଇଛି କ୍ରାଇମବ୍ରାଞ୍ଚ । ଏସବୁ ଭିତରେ ଶଙ୍କର ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛି । ତଦନ୍ତକାରୀ ଟିମରୁ ପଂଝାରୁ ମୁକୁଳିବାକୁ ଶଙ୍କର ପୃଷ୍ଟି ଏବେ ଦୁବାଇରେ ଥିବା କୁହାଯାଉଛି। ସେ ନେପାଳ ଦେଇ ଦୁବାଇ ଚାଲିଯିବା ସହ ସେଠାରେ, ଆତ୍ମଗୋପନ କରିଥିବା ଚର୍ଚ୍ଚା ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/17/si-exam-scam-2025-10-17-08-24-03.jpg)