Advertisment

ଅମାନିଆଙ୍କଠାରୁ ୧୬ କୋଟିରୁ ଅଧିକ ଫାଇନ୍ ଆଦାୟ ହୋଇଛି

ଭୁବନେଶ୍ୱର: ୧୭ ଜିଲ୍ଲାରେ କରୋନା କଟକଣା କୋହଳ ହେବା ପରେ ଲୋକେ ଅଧିକ ସତର୍କ ଓ ସଜାଗ ହେବାକୁ ପଡ଼ିବ । ଏବେ ବି ବହୁ ଲୋକେ ନିୟମ ଖିଲାପ କରୁଛନ୍ତି । ଫଳରେ ଏପ୍ରିଲରୁ ଏବେ ଯାଏଁ ୧୬ କୋଟିରୁ…

ଅମାନିଆଙ୍କଠାରୁ ୧୬ କୋଟିରୁ ଅଧିକ ଫାଇନ୍ ଆଦାୟ ହୋଇଛି

abhay

Advertisment

ଭୁବନେଶ୍ୱର: ୧୭ ଜିଲ୍ଲାରେ କରୋନା କଟକଣା କୋହଳ ହେବା ପରେ ଲୋକେ ଅଧିକ ସତର୍କ ଓ ସଜାଗ ହେବାକୁ ପଡ଼ିବ । ଏବେ ବି ବହୁ ଲୋକେ ନିୟମ ଖିଲାପ କରୁଛନ୍ତି । ଫଳରେ ଏପ୍ରିଲରୁ ଏବେ ଯାଏଁ ୧୬ କୋଟିରୁ ଅଧିକ ଫାଇନ୍ କଟା ହୋଇଛି । ଆଜି ଏନେଇ ସୂଚନା ଦେଇଛନ୍ତି ପୋଲିସ୍ ଡିଜି ଅଭୟ । ଏପ୍ରିଲ ପହିଲାଠାରୁ ଏଯାଏ ୫ ଲକ୍ଷ ୩୦ ହଜାର ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Advertisment

ସେମାନଙ୍କଠାରୁ ମୋଟ ୧୬ କୋଟି ଟଙ୍କା ଜରିମାନା ଆଦାୟ ହୋଇଛି । କଟକଣା ଉଲ୍ଲଂଘନ କରିବା ନେଇ ୩ ହଜାର ୯୭୯ ଦୋକାନକୁ ସିଲ୍ କରାଯାଇଛି । ଉଲ୍ଲଂଘନକାରୀ ଦୋକାନୀଙ୍କଠାରୁ ୪୭ ଲକ୍ଷ ଫାଇନ ଆଦାୟ ବି ହୋଇଥିବା ଡିଜିପି କହିଛନ୍ତି । ସେପଟେ ଆଜି ବ୍ରହ୍ମପୁର, କଟକ ଗ୍ରାମାଞ୍ଚଳ ଏବଂ ଅନୁଗୁଳ ଏସ୍‌ପି ଜିଲ୍ଲାର ବିଭିନ୍ନ କଟକଣା ସମ୍ପର୍କରେ ସୂଚନା ଦେବା ସହ ସତର୍କ ରହିବାକୁ ଅପିଲ କରିଛନ୍ତି ।

ପ୍ରାୟ ଦେଢ଼ ମାସର ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପରେ ସାରା ରାଜ୍ୟରେ ଆଜିଠାରୁ ଆଂଶିକ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି ବା ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି କହିଲେ ଚଳେ । ତେବେ ଏହି ଆଂଶିକ ଲକ୍‌ଡାଉନ୍‌ ଜୁଲାଇ ୧ ତାରିଖ ସକାଳ ୫ଟା ଯାଏ ଏହା ବଳବତ୍ତର ରହିବ । କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ କାଟାଗୋରୀ ‘ଏ’ ଏବଂ ଅନ୍ୟ ୧୩ଟି ଜିଲ୍ଲାକୁ କାଟାଗୋରୀ ‘ବି’ରେ ରଖାଯାଇଛି ।

Advertisment

ସଂକ୍ରମଣ କମିଥିବା ୧୭ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ କୋହଳ ହୋଇଥିବା ବେଳେ ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା  ଯାଏ କଟକଣା କୋହଳ କରାଯାଇଛି । ଏହିସବୁ ଜିଲ୍ଲାରେ ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସାରା ରାଜ୍ୟରେ ନିର୍ଦ୍ଧାରିତ ସମୟ ମଧ୍ୟରେ ମିଠା ଦୋକାନ ଗୁଡିକ ଖୋଲିବାକୁ ଅନୁମତି ମିଳିଛି । ସେହିପରି ସକାଳ ୬ଟାରୁ ୯ଟା ମଧ୍ୟରେ ଲୋକମାନେ ମର୍ଣ୍ଣିଂ ଓ୍ୱାକ୍, ଜଗିଂ ଓ ସାଇକଲିଂକୁ ଅନୁମତି ଦିଆଯାଇଛି। ଅନ୍ୟପକ୍ଷରେ ସାରା ରାଜ୍ୟରେ ପୂର୍ବଭଳି ସପ୍ତାହାନ୍ତ ସଟଡାଉନ୍ ଓ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ଆଂଶିକ ଲକ୍‌ଡାଉନ୍‌ରେ କିନ୍ତୁ ପୂର୍ବଭଳି ବସ୍ ସେବା ବନ୍ଦ ରହିବ।

Advertisment

ଅନ୍ୟପକ୍ଷେ, ଆଜିଠାରୁ ନୂଆ ଗାଡ଼ି ରେଜିଷ୍ଟ୍ରେସନ ହୋଇପାରିବ । ନିର୍ଦ୍ଧାରିତ ସମୟରେ ଗାଡ଼ି ଶୋ’ରୁମ୍ ଖୋଲିବା ସହ ଗାଡ଼ି ରେଜିଷ୍ଟ୍ରେସନ ମଧ୍ୟ ହୋଇପାରିବ। ଡିଲରମାନଙ୍କୁ ଏଥିଲାଗି ଅନୁମତି ଦେବା ପାଇଁ ସମସ୍ତ RTOଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି।  

Odisha Lock Down Police DG
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ