JAGATSINGHPUR Photograph: (OTV)
ଜଗତସିଂହପୁର ଜିଲା ମହାନଦୀର କିଲିପାଳ ବାଲି ଘାଟରେ ଚଢାଉ ଜାରି ରହିଛି। ବାଲି ବୋଝେଇ ହାଇୱା ଗୁଡିକ ଏବେ ମଧ୍ୟ ବାଲି ଘାଟରେ ଅଟକି ରହିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଗତ କାଲି ବିଳମ୍ବିତ ରାତିରେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ସମେତ ଜିଲ୍ଲାପାଳ, ଏସପି ଏବଂ ଅନ୍ୟାନ୍ୟ ପଦାଧିକାରୀଙ୍କ ନେତୃତ୍ବରେ ମିଳିତ ଚଢାଉ କରାଯାଇଥିଲା। ଏହି ଅଚାନକ ଚଢ଼ାଉ କରି ୫୦ରୁ ଉର୍ଦ୍ଧ ବେଆଇନ ବାଲି ବୋଝେଇ ହାଇୱା ଜବତ କରାଯାଇଛି। ଏଥି ସହିତ ୫ ଜଣ ହାଇୱା ଚାଳକ ଗିରଫ ହୋଇଥିବା ବେଳେ ଗୋଟିଏ ମୋବାଇଲ ଜବତ କରାଯାଇଛି।
ଏହି ଘାଟ ଟେଣ୍ଡର ନେଇଥିବା ଠିକାଦାର ସରକାରୀ ନିୟମକୁ ଉଲଂଘନ କରି ବେଆଇନ ଭାବରେ ନିର୍ଦ୍ଧାରିତ ସ୍ତର ଠାରୁ ଅଧିକ ପରିମାଣର ବାଲି ଉଠାଉ ଥିବାର ଅଭିଯୋଗ ହେଉଥିଲା।
• ବାଲିଘାଟ ଉପରେ ରେଡ୍
• ଜଗତସିଂହପୁର କିଲିପାଳ ଘାଟରୁ ବେଆଇନ ବାଲି ଚାଲାଣ ରୋକିବାକୁ ରେଡ୍
• ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଡିଆଇଜି ଓ ଏସପିଙ୍କ ତତ୍ତ୍ବାବଧାନରେ ଚଢ଼ାଉ
• ୪୦ରୁ ଊର୍ଦ୍ଧ୍ବ ହାଇୱା, ଟ୍ରାକ୍ଟରକୁ ଅଟକ ରଖି ପ୍ରଶାସନର ଛାନଭିନ୍
• ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ
• ନିର୍ଦ୍ଧାରିତ ସ୍ତରଠୁ ଅଧିକ ପରିମାଣର ବାଲି ଉଠାଉଥିବା ଅଭିଯୋଗ
• ଏବେ ବି ବାଲି ଘାଟରେ ଅଟକି ରହିଛି ବାଲି ବୋଝେଇ ହାଇୱା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/26/jagatsinghpur-2025-11-26-12-28-56.jpg)