Advertisment

୩ ଶହ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ, କେଉଁଠୁ ଆସିଲା ବଡ଼ ପ୍ରଶ୍ନ..

ଗଂଜାମ ପାଟପୁରରୁ ଜବତ ହୋଇଛି ୩ ଶହ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ପାଟପୁର ଖପରାଗଣ୍ଡ ଗାଁରୁ ଜବତ ହୋଇଛି ୩ ହଜାର ୧୫୬ କିଲୋ ଗଞ୍ଜେଇ । ଗାଁର ଏକ ନିର୍ଦ୍ଦିଷ୍ଟ ଘରେ ଏହି ଗଞ୍ଜେଇକୁ ଆଣି ପ୍ୟାକିଂ ହେଉଥିଲା…

ଅଦ୍ୟତନ ହୋଇଛି
୩ ଶହ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ, କେଉଁଠୁ ଆସିଲା ବଡ଼ ପ୍ରଶ୍ନ..

Capture 12

Advertisment

ଗଂଜାମ ପାଟପୁରରୁ ଜବତ ହୋଇଛି ୩ ଶହ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ପାଟପୁର ଖପରାଗଣ୍ଡ ଗାଁରୁ ଜବତ ହୋଇଛି ୩ ହଜାର ୧୫୬ କିଲୋ ଗଞ୍ଜେଇ । ଗାଁର ଏକ ନିର୍ଦ୍ଦିଷ୍ଟ ଘରେ ଏହି ଗଞ୍ଜେଇକୁ ଆଣି ପ୍ୟାକିଂ ହେଉଥିଲା । ଏହିଠାରୁ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ତେବେ ଏତେ ସଂଖ୍ୟାରେ ଗଞ୍ଜେଇ କେଉଁଠୁ ଆସିଲା ସେନେଇ ତଦନ୍ତ କରୁଛି ଅବକାରୀ ବିଭାଗ ।

Advertisment

publive-image

ଅନ୍ୟପଟ କିଛି ଦିନ ପୂର୍ବରୁ ଭୁବନେଶ୍ୱର ରେଳ ଷ୍ଟେସନରୁ ଦୁଇ ଜଣ କିନ୍ନରଙ୍କୁ ପୋଲିସ ଗିରଫ କରିଥିଲା । ସେମାନେ ବାହାର ରାଜ୍ୟକୁ ଗୟ୍ଜେଇ ଚାଲାଣ କରୁଥିଲେ । ଭୁବନେଶ୍ୱରରୁ ସୁରତକୁ ଏମାନେ ଗଂଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି । ଗିରଫ ଅଭିଯୁକ୍ତଙ୍କଠାରୁ ୧୬ କେଜି ଗଂଜେଇ ଜବତ ହୋଇଥିଲା । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।

ଗିରଫ କିନ୍ନର ବିବାହ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରି ରୋଜରାର କରନ୍ତି । ତେବେ ଲକ୍‌ଡାଉନ୍ ଯୋଗୁ ରୋଜଗାର ହେଉନଥିବାରୁ ଏଭଳି ପନ୍ଥା ଆପଣାଇଥିବା କହିଛନ୍ତି । କନ୍ଧମାଳର ଜଣେ ଯୁବକ ତାଙ୍କୁ ଏହି ଗଂଜେଇ ଚାଲାଣ ପାଇଁ ପ୍ରବର୍ତ୍ତାଇଥିଲା ବୋଲି ସେମାନେ ପୋଲିସ ଆଗରେ କହିଥିଲେ । ଏହି ଗଞ୍ଜେଇକୁ ସେମାନେ ସୁରତରେ ପହଞ୍ଚାଇବା ପାଇଁ ଦାୟିତ୍ୱ ନେଇଥିଲେ । ସମସ୍ତ ଗଞ୍ଜେଇ ସୁରତରେ ପହଞ୍ଚି ସାରିବା ପରେ ତାଙ୍କୁ ୧୬ ହଜାର ଟଙ୍କା ମିଳିଥାନ୍ତା ।

Advertisment

ଅନ୍ୟପଟେ ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କିଏ ଏହି ଗଞ୍ଜାଇ ଚାଲାଣର ମୁଖ୍ୟ କାର୍ପଟଦାର ତାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା କୁହାଯାଉଛି । କେଉଁଠୁ ଏହି ଗଞ୍ଜେଇ ଆସିଲା ଏବଂ ଏହାର କିଙ୍ଗ୍‌ପିନ୍‌ କିଏ । ସେନେଇ ପୋଲିସ ତଦନ୍ତ କରୁଥିବା କହିଛି ।

Ganjam Berhampur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ