Advertisment

ମହିଳା ଦେଇଛନ୍ତି ଅଧିକ ଭୋଟ୍

ଭୁବନେଶ୍ୱର: ଓଡ଼ିଶାରେ ଏପ୍ରିଲ୍ ୧୧ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ଲୋକସଭା  ଏବଂ ୨୮ଟି ବିଧାନସଭା ଆସନରେ ମୋଟ୍ ୧୦୦% ମତଦାତାଙ୍କ ମଧ୍ୟରୁ ୭୩.୭୬% ନିଜର ମତ ସାବ୍ୟସ୍ତ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇସି) ସୁରେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି। ଖବର ଅନୁସାରେ ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହାର ସର୍ବାଧିକ ୭୮.୮୯ % ରହିଛି। ଏହା ପଛକୁ କଳାହାଣ୍ଡିରେ ୭୫.୮୨%, ବ୍ରହ୍ମପୁରରେ ୬୫.୫୭% ଓ କୋରାପୁଟରେ ୭୪.୭୭% ନାଗରିକ ନିଜର ମତ […]

ମହିଳା ଦେଇଛନ୍ତି ଅଧିକ ଭୋଟ୍

1

Advertisment

ଭୁବନେଶ୍ୱର: ଓଡ଼ିଶାରେ ଏପ୍ରିଲ୍ ୧୧ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ଲୋକସଭା  ଏବଂ ୨୮ଟି ବିଧାନସଭା ଆସନରେ ମୋଟ୍ ୧୦୦% ମତଦାତାଙ୍କ ମଧ୍ୟରୁ ୭୩.୭୬% ନିଜର ମତ ସାବ୍ୟସ୍ତ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇସି) ସୁରେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି।

Advertisment

ଖବର ଅନୁସାରେ ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହାର ସର୍ବାଧିକ ୭୮.୮୯ % ରହିଛି। ଏହା ପଛକୁ କଳାହାଣ୍ଡିରେ ୭୫.୮୨%, ବ୍ରହ୍ମପୁରରେ ୬୫.୫୭% ଓ କୋରାପୁଟରେ ୭୪.୭୭% ନାଗରିକ ନିଜର ମତ ସାବ୍ୟସ୍ତ କରିଛନ୍ତି।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥର ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ମୋଟ୍‌ ୭୩.୦୯% ପୁରୁଷ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିବା ବେଳେ ମହିଳା ମତଦାତାଙ୍କ ହାର ୭୪.୪୩% ରହିଛି।

Advertisment

ସେହିପରି କୋରାପୁଟର କୋଟପାଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୮୬.୮୩ %

ମତଦାନ ହୋଇଥିବାବେଳେ ବ୍ରହ୍ମପୁରରେ ସର୍ବନିମ୍ନ ୫୬.୩୪% ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଅନ୍ୟପକ୍ଷରେ ୨ଟି ବୁଥ୍‌ରେ ସାନି ମତଦାନ ହେବ ବୋଲି ମଧ୍ୟ ସେ ମୁଖ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ