modi
ଜୟପୁର(ଟି.ଗୌରୀଶଙ୍କର): ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟପୁର ଆସିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପ୍ରଧାନମନ୍ତ୍ରୀ ଓଡ଼ିଶାର କୋରାପୁଟ ଜିଲ୍ଲାରୁ ଆରମ୍ଭ କରୁଥିବାରୁ ସାଧାରଣରେ ବେଶ୍ ଉତ୍ସାହ ଦେଖାଦେଇଛି।
ସକାଳ ସାଢ଼େ ୯ଟାରେ ମୋଦି ଜୟପୁର ସଦର ଥାନା ଅନ୍ତର୍ଗତ ବାଙ୍କବିଜାଠାରେ ଏକ ସ୍ୱତନ୍ତ୍ର ହେଲିପ୍ୟାଡରେ ଓହ୍ଲାଇବେ। ଏହାପରେ ସାଧାରଣ ସଭାରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବହୁ ବରିଷ୍ଠ ବିଜେପି ନେତା ଯୋଗଦେବେ।
ମୋଦିଙ୍କ ଗସ୍ତକୁ ନେଇ ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍ ଏନେଇ ପୁଲିସ୍ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି।
ସେହିପରି ଆସନ୍ତା ଏପ୍ରିଲ ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିବେ। ଭବାନୀପାଟଣାରେ ବିଜୟ ସଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/modi-12-1_1626759254.jpg)