narendra-modi
ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ପରେ ଓଡ଼ିଶାରେ କେନ୍ଦ୍ରୀୟ ବିଜେପି ନେତାଙ୍କ ଘନଘନ ପ୍ରଚାର ଚାଲିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନ୍ଦରଗଡ଼ ଓ ସୋନପୁରରେ ସମାବେଶ କରିବା କାର୍ଯ୍ୟକ୍ରମ ରହିଛି।
ସକାଳ ୧୦ଟା ୨୫ ମିନିଟରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେଠାରୁ ହେଲିକପ୍ଟର ଯୋଗେ ସୁନ୍ଦରଗଡ଼ ଯିବେ। ଦିନ ୧୧ଟାରେ ସେ ସାଧାରଣ ସଭାରେ ଯୋଗଦେବେ। ସୁନ୍ଦରଗଡ଼ ସମାବେଶ ପରେ ପ୍ରଧାନମନ୍ତ୍ରୀ ସୋନପୁରରେ ଏକ ସମାବେଶରେ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି।
ସେହିପରି କନ୍ଧମାଳ ଜିଲ୍ଲା ଫୁଲବାଣୀ ଓ ବ୍ରହ୍ମପୁର ଗସ୍ତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସୁଛନ୍ତି। ମଧ୍ୟାହ୍ନ ସାଢ଼େ ୧୨ଟାରେ ଯୋଗୀ ପ୍ରଥମେ ଫୁଲବାଣୀ ଯାଇ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେବେ। ପରେ ଦିନ ୨ଟାରେ ବ୍ରହ୍ମପୁରରେ ଆମ୍ବପୁଆ ବିବେକ ବିହାର ସ୍ଥିତ ପଡ଼ିଆରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ବିଜେପି ନେତା ଦାମୋଦର ରାଉତ ପ୍ରମୁଖ ଉପସ୍ଥିତ ରହିବା କାର୍ଯ୍ୟକ୍ରମ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/narendra-modi-1234_1626759979.jpg)