/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error511_1622774662.jpg)
rent
ଭୁବନେଶ୍ୱର: କେତେବେଳେ ଘର ମାଲିକଙ୍କ ବିରୋଧରେ ଘରେ ଭଡ଼ାରେ ରହୁଥିବା ବ୍ୟକ୍ତିଙ୍କ ଜୁଲୁମ ଅଭିଯୋଗ, ତ ଆଉ କେତେବେଳେ ଭଡ଼ାଟିଆ ଦାଦାଗିରି କରୁଥିବା ନେଇ ଘର ମାଲିକଙ୍କ ଆପତ୍ତି। ଏଭଳି ଅନେକ ବିବାଦ ବିଭିନ୍ନ ସମୟରେ ଉଗ୍ର ରୂପ ଧାରଣ କରିଛି ଓ ଖବରର ଶିରୋନାମା ବି ପାଲଟିଛି। ତେବେ ଏଭଳି ବିବାଦର ତ୍ୱରିତ ସମାଧାନ ପାଇଁ ଉଭୟଙ୍କ ହିତକୁ ଦେଖି ଏକ ଆଦର୍ଶ ଘର ଭଡ଼ା ଆଇନକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି।
Advertisment
ଜାଣନ୍ତୁ କ’ଣ ଏହି ନୂଆ ଘର ଭଡ଼ା ଆଇନ…
- ସହଜରେ ହୋଇପାରିବ ଘରଭଡ଼ା ବିବାଦର ସମାଧାନ। ଘର ମାଲିକଙ୍କ ସୁବିଧା, ଭଡ଼ାଟିଆଙ୍କ ସୁବିଧା ଉଭୟଙ୍କ ସ୍ୱାର୍ଥ ଓ ଅଧିକାରକୁ ଦୃଷ୍ଟିରେ ରଖି, ଆଦର୍ଶ ଘର ଭଡ଼ା ଆଇନ ବା ମଡେଲ୍ ଟେନାନ୍ସି ଆକ୍ଟକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଏହା ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦୂର କରି ବିଶ୍ୱାସ ବଢ଼ାଇବ ଏବଂ ବିବାଦର ତ୍ୱରିତ ସମାଧାନ କରିପାରିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ଆଇନ ଉପରେ ମୋହର ବାଜିଛି।
- ଏହା ଦେଶରେ ରେଣ୍ଟାଲ୍ ହାଉସିଂକୁ ପ୍ରୋତ୍ସାହିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ହର୍ଦୀପ୍ ସିଂ ପୁରୀ କହିଛନ୍ତି। ଏହି ଆଇନରେ, କେବଳ ଘର ଭଡ଼ା ସମ୍ପର୍କିତ ବିବାଦର ସମାଧାନ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିଜର ସମସ୍ତ ଜିଲ୍ଲାରେ ରେଣ୍ଟ୍ କୋର୍ଟ ଓ ଟ୍ରିବ୍ୟୁନାଲ୍ ସ୍ଥାପନ କରିବାକୁ କୁହାଯାଇଛି। ଯେଉଁଠାରେ ୬୦ ଦିନ ଭିତରେ ଅଭିଯୋଗର ସମାଧାନ କରାଯିବ। ଏଥିସହ ରେଣ୍ଟ୍ ଏଗ୍ରିମେଣ୍ଟ୍ ବା ଘରଭଡ଼ା ଚୁକ୍ତି ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଘରଭଡ଼ା କର୍ତ୍ତୃପକ୍ଷ ବା ରେଣ୍ଟ୍ ଅଥରିଟି ସ୍ଥାପନ ପାଇଁ କୁହାଯାଇଛି।
- ରାଜ୍ୟ ସରକାରମାନେ ଏହି ଆଦର୍ଶ ଘରଭଡ଼ା ଆଇନକୁ ନିଜ ରାଜ୍ୟରେ ଲାଗୁ କରିପାରିବେ କିମ୍ବା ପୂର୍ବରୁ ଥିବା ଆଇନରେ ଆବଶ୍ୟକ ପରିବର୍ତ୍ତନ କରିପାରିବେ।
- ଏହି ଆଇନରେ ଘରଭଡ଼ା ସମ୍ପର୍କିତ ବିଭିନ୍ନ ବିବାଦୀୟ ପ୍ରସଙ୍ଗରେ ସ୍ପଷ୍ଟ ନିୟମାବଳୀ ରହିଛି। ଯେଉଁଥିରେ ଉଲ୍ଲେଖ ରହିଛି, ଏହା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବାସଯୋଗ୍ୟ, ବ୍ୟବସାୟିକ ଓ ଶିକ୍ଷା ଅନୁଷ୍ଠାନ ପାଇଁ ଦିଆଯାଇଥିବା ଘରଭଡ଼ା ଉପରେ ଲାଗୁ ହେବ। ତେବେ ହୋଟେଲ୍ ଓ ଲଜ୍ ଆଦି କ୍ଷେତ୍ରରେ ଏହି ଭଡ଼ା ନିୟମ ଲାଗୁ ହେବ ନାହିଁ। ପୂର୍ବରୁ ଲାଗି ସାରିଥିବା ଘର ଭଡ଼ା ପାଇଁ ଏହା କାର୍ଯ୍ୟକାରୀ ହେବ ନାହିଁ। ଲିଖିତ ରାଜିନାମା ବିନା କୌଣସି ଘର ଭଡ଼ା ଲାଗିପାରିବ ନାହିଁ। ସିକ୍ୟୁରିଟି ଡିପୋଜିଟ୍ ଭାବେ ଭଡ଼ାଟିଆଙ୍କୁ ବାସଯୋଗ୍ୟ ଘର ପାଇଁ ସର୍ବାଧିକ ୨ମାସର ଓ ବ୍ୟବସାୟିକ କ୍ଷେତ୍ରରେ ସର୍ବାଧିକ ୬ ମାସର ଅଗ୍ରୀମ ଭଡ଼ା ଟଙ୍କା ଦେବାକୁ ପଡ଼ିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)