CHANDAKA-POLICE-STATION Photograph: (OTV)
ବାନ୍ତି ବାହାନାରେ ଥାନାରୁ ଅଭିଯୁକ୍ତ ଫେରାର । ପଦାରେ ପଡ଼ିଲା ଭୁବନେଶ୍ବର ଚନ୍ଦକା ଥାନାର ଢିଲା ସୁରକ୍ଷା । କନଷ୍ଟେବଳଙ୍କୁ ଧକ୍କା ଦେଇ ଚମ୍ପଟ୍ ମାରିଲା ମୋବାଇଲ ଚୋର । ଫେରାର ଅଭିଯୁକ୍ତ ହେଉଛି ପଶ୍ଚିମବଙ୍ଗର ରାଜା । ସୂଚନା ଅନୁସାରେ, ଗତ ୨୮ ତାରିଖରେ ଏକ ଫୋନ୍ ଚୋରି ମାମଲାରେ ରାଜାକୁ ଧରି ପଚରାଉଚରା କରୁଥିଲା ପୋଲିସ । ଗତକାଲି ଅଭିଯୁକ୍ତ ବାନ୍ତି ହେବା ବାହାନା କରି ବାଥରୁମକୁ ଯାଇଥିଲା ।
ଏହି ସମୟରେ ତାକୁ ଦୁଇଜଣ କନଷ୍ଟେବଳ ଜଗିଥିଲେ । ହେଲେ କନଷ୍ଟେବଳଙ୍କୁ ଧକ୍କା ଦେଇ ପଛ ଗେଟ୍ ଦେଇ ଦୌଡ଼ି ପଳାଇଥିଲା ରାଜା । ପୋଲିସ ଗୋଡ଼ାଇଥିଲେ ବି ଆଉ ତାର ଟେର୍ ପାଇନଥିଲେ । ରାଜା ଖସିଯିବା ପରେ ପୋଲିସର ପାରିବାପଣିଆ ପ୍ରତି ଉଠିଛି ପ୍ରଶ୍ନ । ଦୁଇ କନଷ୍ଟେବଳ ଜଗିଥାଇ ବି କେମିତି ରାଜା ଖସିଗଲା ତାକୁ ନେଇ ସବୁଆଡ଼େ ଚର୍ଚ୍ଚା । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/14/chandaka-police-station-2025-10-14-09-14-01.jpg)