Advertisment

ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ନେଇ ଯାଇପାରିବେନି ଶିକ୍ଷକ

ଭୁବନେଶ୍ୱର: ପ୍ରଶ୍ନପତ୍ର ଲିକ୍ ଭଳି ଅଭାବନୀୟ ଘଟଣା ଯେଭଳି ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ନହେବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ପରୀକ୍ଷା କେନ୍ଦ୍ର, ନୋଡାଲ କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ରକୁ ଶିକ୍ଷକମାନେ ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ। ଯଦି କୌଣସି ଶିକ୍ଷକ ମୋବାଇଲ ଫୋନ୍ ନେଇ ଯାଇଥିବାର ଦେଖିବାକୁ ମିଳିବ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଚଳିତବର୍ଷ ମ୍ୟାଟ୍ରିକ […]

ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ନେଇ ଯାଇପାରିବେନି ଶିକ୍ଷକ

matric-2

Advertisment

ଭୁବନେଶ୍ୱର: ପ୍ରଶ୍ନପତ୍ର ଲିକ୍ ଭଳି ଅଭାବନୀୟ ଘଟଣା ଯେଭଳି ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ନହେବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ପରୀକ୍ଷା କେନ୍ଦ୍ର, ନୋଡାଲ କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ରକୁ ଶିକ୍ଷକମାନେ ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ। ଯଦି କୌଣସି ଶିକ୍ଷକ ମୋବାଇଲ ଫୋନ୍ ନେଇ ଯାଇଥିବାର ଦେଖିବାକୁ ମିଳିବ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାକୁ ପୂର୍ଣ୍ଣ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି କରାଯାଇଛି। ଏଥିପାଇଁ ଆଜି ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାପାଳ, ଏସପି ଓ ଶିକ୍ଷା ବିଭାଗ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ରାଜ୍ୟ ଓ ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ଲିକ୍ ଓ କପିକୁ ଦୃଢ଼ଭାବେ ପ୍ରତିହତ ଏବଂ ଓଡ଼ିଶା ପରୀକ୍ଷା ପରିଚାଳନା ଆଇନ-୧୯୮୮ର କଡ଼ାକଡ଼ି ଲାଗୁ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପରୀକ୍ଷା ସମୟରେ ପୁଲିସ ପଇଁତରା ବୃଦ୍ଧି, ଉତ୍ତେଜନପ୍ରବଣ କେନ୍ଦ୍ରଗୁଡ଼ିକରେ ଅଧିକ ପୁଲିସ ମୁତୟନ କରିବା, ପରୀକ୍ଷା କେନ୍ଦ୍ର ଚତୁଃପାର୍ଶ୍ୱରେ ଲୋକମାନଙ୍କ ଭିଡ଼କୁ ପୂର୍ଣ୍ଣ ନିରୋଧ କରିବା ନିମନ୍ତେ ସେ ରାଜ୍ୟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ପରୀକ୍ଷା ସମ୍ବନ୍ଧିତ ଗୋପନୀୟ କାଗଜପତ୍ରର ପରିବହନ, ନୋଡାଲ କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା କରିବାକୁ କହିଛନ୍ତି।

ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଚିତ୍ରା ଅରୁମୁଗମ୍ କହିଥିଲେ ଯେ, ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫେବୃୟାରୀ ୧୯ରୁ ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ଖାତାର ମୂଲ୍ୟାୟନ ମାର୍ଚ୍ଚ ୧୮ରୁ ଏପ୍ରିଲ ୧୦ତାରିଖ ମଧ୍ୟରେ ହେବ। ସମସ୍ତ ଉତ୍ତେଜନାପ୍ରବଣ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବ। ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷାରେ ମୋଟ ୫,୬୦,୯୦୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେଥିରେ ୫ ଲକ୍ଷ ୪୭ହଜାର ୭୬୧ଜଣ ହାଇସ୍କୁଲ, ୯୭୭୧ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ୩୩୩୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ଅଛନ୍ତି। ମୋଟ ୨୮୮୮ଟି ପରୀକ୍ଷା କେନ୍ଦ୍ର, ୩୦୭ଟି ନୋଡାଲ କେନ୍ଦ୍ର ଓ ୬୧ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ଡେସପାଚ୍ କାର୍ଯ୍ୟ ଆଜି ସୁଦ୍ଧା ଶେଷ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଡେସପାଚ କାର୍ଯ୍ୟ ୧୬ ତାରିଖରୁ ଆରମ୍ଭ ହେବ। ମୋଟ ୬୩୧ଟି ଡେସପାଚ୍ ଟିମ୍ ଗଠନ କରାଯାଇଛି। ପରୀକ୍ଷା ଉପରେ ନଜର ରଖିବା ପାଇଁ ଜିଲ୍ଲାସ୍ତରରେ ୬୯ଟି ଫ୍ଲାଇଂ ସ୍କ୍ୱାର୍ଡ ଓ ବୋର୍ଡସ୍ତରରେ ୪୪ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ