Advertisment

ଚଳନ୍ତା ଟ୍ରେନରେ ମୋବାଇଲ ଝାମ୍ପି ନେଲା ଲୁଟେରା

ଖଲ୍ଲିକୋଟ : ଦିନ ଦ୍ୱିପହରେ ଚଳନ୍ତା ଟ୍ରେନରେ ମୋବାଇଲ ଝାମ୍ପି ନେଲା ଲୁଟେରା । ଦୁର୍ବୃତ୍ତକୁ କାବୁ କରିବାକୁ ଡେଇଁ ପଡିଲେ ଦଂପତି। ଏଭଳି ଘଟଣା ଦେଖିବାକୁ ମିଳିଛି, ଖଲ୍ଲିକୋଟ ଷ୍ଟେସନ ପ୍ଲାଟଫର୍ମରେ । ସୂଚନା ମୁତାବକ, ଆଜି ଦିନ ସାଢେ ୧୦ଟାରେ ପଲାସା-ଭୁବନେଶ୍ୱର ମେମୁ ଟ୍ରେନରେ ଛତ୍ରପୁର ଅଂଚଳର ଜଗେନ୍ଦ୍ର ରାଓଙ୍କ ପରିବାର ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ଖଲ୍ଲିକୋଟ ଷ୍ଟେସନ ଠାରେ ଟ୍ରେନ୍ ଅଟକି ଥିଲା। ତେବେ ଟ୍ରେନ୍ ଛାଡିବା ବେଳକୁ ଜଗେନ୍ଦ୍ରଙ୍କ ପୁଅ ହାତରୁ […]

ଚଳନ୍ତା ଟ୍ରେନରେ ମୋବାଇଲ ଝାମ୍ପି ନେଲା ଲୁଟେରା

TRAIN

Advertisment

ଖଲ୍ଲିକୋଟ : ଦିନ ଦ୍ୱିପହରେ ଚଳନ୍ତା ଟ୍ରେନରେ ମୋବାଇଲ ଝାମ୍ପି ନେଲା ଲୁଟେରା ଦୁର୍ବୃତ୍ତକୁ କାବୁ କରିବାକୁ ଡେଇଁ ପଡିଲେ ଦଂପତି। ଏଭଳି ଘଟଣା ଦେଖିବାକୁ ମିଳିଛି, ଖଲ୍ଲିକୋଟ ଷ୍ଟେସନ ପ୍ଲାଟଫର୍ମରେ ।

Advertisment

ସୂଚନା ମୁତାବକ, ଆଜି ଦିନ ସାଢେ ୧୦ଟାରେ ପଲାସା-ଭୁବନେଶ୍ୱର ମେମୁ ଟ୍ରେନରେ ଛତ୍ରପୁର ଅଂଚଳର ଜଗେନ୍ଦ୍ର ରାଓଙ୍କ ପରିବାର ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ଖଲ୍ଲିକୋଟ ଷ୍ଟେସନ ଠାରେ ଟ୍ରେନ୍ ଅଟକି ଥିଲା। ତେବେ ଟ୍ରେନ୍ ଛାଡିବା ବେଳକୁ ଜଗେନ୍ଦ୍ରଙ୍କ ପୁଅ ହାତରୁ ମୋବାଇଲକୁ ଜଣେ ଦୁର୍ବୃତ୍ତ ଆସି ଝାମ୍ପି ନେଇଥିଲା । ଚୋରକୁ କାବୁ କରିବାକୁ ଯାଇ ଜଗେନ୍ଦ୍ର ପ୍ଲାଟଫର୍ମକୁ ଡେଇଁପଡିବା ପରେ ପତ୍ନୀ ବି ଡେଇଁପଡିଲେ । ମାତ୍ର ଗୋଡ଼ ଖସିଯିବାରୁ ମୁଣ୍ଡରେ ତାଙ୍କର ମାଡ଼ ହୋଇଛି।

ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କୁ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଷ୍ଟେସନ ପରିସରରେ ରେଳବାଇ ପୁଲିସ ମୁତୟନ ନଥିବାରୁ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ