Advertisment

ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ବେଳେ ଚନ୍ଦ୍ର-ସୂର୍ଯ୍ୟ ଗାଏବ ଘଟଣାରେ ରୋଚକ ମୋଡ଼

ପୁରୀ: ରୋଚକ ମୋଡ଼ରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ବେଳେ ଚନ୍ଦ୍ର-ସୂର୍ଯ୍ୟ ଗାଏବ ଘଟଣା। ସେଦିନ ଗାରଦରୁ ଗାଏବ ହୋଇଥିବା ଚନ୍ଦ୍ର ସୂର୍ଯ୍ୟ ଶ୍ରୀମନ୍ଦିରର ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ଯାଇଥିବା ଜଣାପଡ଼ିଛି। ଯାହାକୁ ସଂପୃକ୍ତ ସେବାୟତ ଆଜି ଦୁଇ ବେଶ କାରିଗରଙ୍କୁ ଦେବା ପରେ ଦୁଇ ବେଶ କାରିଗର ତାକୁ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ଯାଇଥିଲେ। ହେଲେ ଘଟଣା ତଦନ୍ତାଧୀନ ଥିବାରୁ ଚନ୍ଦ୍ର-ସୂର୍ଯ୍ୟକୁ ଗ୍ରହଣ କରିନାହାନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ନାଗାର୍ଜୁନ ବେଶର […]

author-image
Otv Khabar Bureau
ଅଦ୍ୟତନ ହୋଇଛି
ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ବେଳେ ଚନ୍ଦ୍ର-ସୂର୍ଯ୍ୟ ଗାଏବ ଘଟଣାରେ ରୋଚକ ମୋଡ଼

chnadrasurjya

ପୁରୀ: ରୋଚକ ମୋଡ଼ରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ବେଳେ ଚନ୍ଦ୍ର-ସୂର୍ଯ୍ୟ ଗାଏବ ଘଟଣା। ସେଦିନ ଗାରଦରୁ ଗାଏବ ହୋଇଥିବା ଚନ୍ଦ୍ର ସୂର୍ଯ୍ୟ ଶ୍ରୀମନ୍ଦିରର ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ଯାଇଥିବା ଜଣାପଡ଼ିଛି। ଯାହାକୁ ସଂପୃକ୍ତ ସେବାୟତ ଆଜି ଦୁଇ ବେଶ କାରିଗରଙ୍କୁ ଦେବା ପରେ ଦୁଇ ବେଶ କାରିଗର ତାକୁ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ଯାଇଥିଲେ। ହେଲେ ଘଟଣା ତଦନ୍ତାଧୀନ ଥିବାରୁ ଚନ୍ଦ୍ର-ସୂର୍ଯ୍ୟକୁ ଗ୍ରହଣ କରିନାହାନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ।

Advertisment

ନାଗାର୍ଜୁନ ବେଶର ମୁଖ୍ୟ କାରିଗର ବସନ୍ତ ମହାରଣା ଓ ଅନ୍ୟତମ ବେଶ କାରୀଗର ସତ୍ୟନାରାୟଣ ବେହେରା ଆଜି ଚନ୍ଦ୍ର-ସୂର୍ଯ୍ୟକୁ ନୀତି ପ୍ରଶାସକଙ୍କୁ ଫେରାଇବାକୁ ଯାଇଥିଲେ। ସେମାନଙ୍କୁ ଏହି ଦୁଇ ବେଶ ସାମଗ୍ରୀ ଜଣେ ବରିଷ୍ଠ ସେବାୟତ ଦେଇଥିବା ଉଭୟ ସୂଚନା ଦେଇଥିଲେ। ବାହାରକୁ ଯାଇଥିବା ଏହି ସୂର୍ଯ୍ୟ, ଚନ୍ଦ୍ର କେବଳ ପ୍ରତିକୃତି ଥିଲା ଏବଂ ଶ୍ରୀଜିଉଙ୍କଠାରେ ସୁନା ଅଳଙ୍କାର ଲାଗିଥିଲା ବୋଲି ଶିଳ୍ପୀ ବସନ୍ତ ମହାରଣା କହିଛନ୍ତି। ତେଣେ ଘଟଣାର ତଦନ୍ତ ଚାଲିଥିବା ଏବଂ ଖୁବଶୀଘ୍ର ଏହା ଶେଷ ହେବ ବୋଲି ନୀତି ପ୍ରଶାସକ ସୂଚନା ଦେଇଛନ୍ତି।

Advertisment
Advertisment