Advertisment

କଳିଙ୍ଗ ଷ୍ଟାଡିୟମରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର  : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ।  ଓ୍ୱାଲ କ୍ଲାଇମ୍ବିଂ ଚାମ୍ପିଅନସିପର ଉଦଯାପନୀ ଉତ୍ସବରେ ମଞ୍ଚ ଉପରେ ହୋଇଛି ଅସଦାଚରଣ । ଚାମ୍ପିଅନସିପ୍‌ର ଚେୟାରମ୍ୟାନ ବ୍ରିଗେଡିୟର ଏମ୍.ପି. ଯାଦବଙ୍କ ବିରୋଧରେ ଆସିଛି ଏହି ଅଭିଯୋଗ । ମଞ୍ଚ ଉପରେ ସମସ୍ତଙ୍କ ଆଗରେ ଯୁବତୀଙ୍କୁ କୁଆଡ଼େ ସଂପୃକ୍ତ ବ୍ରିଗେଡିୟର ଅସଦାଚରଣ କରିଥିଲେ । ତେବେ ଅସଦାଚରଣକୁ ବିରୋଧ କରିବାରୁ ଯୁବତୀଙ୍କ ଅନ୍ୟ ଦୁଇ ଭଉଣୀଙ୍କୁ ସେଠାରେ ଥିବା ସୁରକ୍ଷା କର୍ମୀ ମାଡ଼ ମାରିଥିବା […]

କଳିଙ୍ଗ ଷ୍ଟାଡିୟମରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

girls

Advertisment

ଭୁବନେଶ୍ୱର  : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ।  ଓ୍ୱାଲ କ୍ଲାଇମ୍ବିଂ ଚାମ୍ପିଅନସିପର ଉଦଯାପନୀ ଉତ୍ସବରେ ମଞ୍ଚ ଉପରେ ହୋଇଛି ଅସଦାଚରଣ ।

Advertisment

ଚାମ୍ପିଅନସିପ୍‌ର ଚେୟାରମ୍ୟାନ ବ୍ରିଗେଡିୟର ଏମ୍.ପି. ଯାଦବଙ୍କ ବିରୋଧରେ ଆସିଛି ଏହି ଅଭିଯୋଗ । ମଞ୍ଚ ଉପରେ ସମସ୍ତଙ୍କ ଆଗରେ ଯୁବତୀଙ୍କୁ କୁଆଡ଼େ ସଂପୃକ୍ତ ବ୍ରିଗେଡିୟର ଅସଦାଚରଣ କରିଥିଲେ । ତେବେ ଅସଦାଚରଣକୁ ବିରୋଧ କରିବାରୁ ଯୁବତୀଙ୍କ ଅନ୍ୟ ଦୁଇ ଭଉଣୀଙ୍କୁ ସେଠାରେ ଥିବା ସୁରକ୍ଷା କର୍ମୀ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ଆସିଛି ।

ଏନେଇ ନୟାପଲ୍ଲୀ ଥାନାରେ ୩ ଜଣ ଯୁବତୀ ଏତଲା ଦେଇଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି । ତେବେ ଏହି ଘଟଣାରେ ସଂପୃକ୍ତ ବ୍ରିଗେଡିୟରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ