Advertisment

Minor's Body Left Uncremated: ଶବକୁ ଅସମ୍ମାନ; ଗୋଷ୍ଠୀ ବିବାଦରୁ ଗାଁରେ ପଡ଼ି ରହିଲା ଶବ

ଦୀର୍ଘ ୨୪ ଘଣ୍ଟାରୁ ଅଧିକ ପଡ଼ିରହିଲା ଶବ। ଗୋଷ୍ଠୀ ବିବାଦରୁ ଗାଁରେ ପଡ଼ି ରହିଲା ଶବ। ନିଜ ଜମିରେ ମଧ୍ୟ ଶବ ସତ୍କାର କରିବାକୁ ଦେଲେନି। ପ୍ରଶାସନର ବୁଝାସୁଝା ପରେ ଥମିଲା ବିବାଦ।

Body Left Uncremated

Body Left Uncremated Photograph: (OTV)

Advertisment

ଶବକୁ ଅସମ୍ମାନ। ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଘରେ ପଡ଼ି ରହିଲା ମୃତଦେହ। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା କୋପେନା ଗାଁର ଏ ଘଟଣା। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦରୁ ଶବକୁ ସତ୍କାର ପାଇଁ ଜାଗା ଦେଇନଥିଲେ ଅନ୍ୟ ଏକ ଗୋଷ୍ଠୀ। 

Advertisment

ଏଥିଯୋଗୁଁ ୨୪ ଘଣ୍ଟାରୁ ଅଧିକ ସମୟ ଧରି ପଡି ରହିଥିଲା ମୃତଦେହ। ଗୋଷ୍ଠୀ ବିବାଦକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିଲା।  ଗତ ଶନିବାର ଗୋଟିଏ ଗୋଷ୍ଠୀ ପରିବାରର ଜଣେ ୧୫ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଗ୍ରାମବାସୀ ଗାଁ ଶ୍ମଶାନରେ ଶବ ସଂସ୍କାର ପାଇଁ ଜାଗା ଦେଇନଥିଲେ। ଏହାକୁ ନେଇ ଗାଁରେ ବିବାଦ ଲାଗି ରହିଥିଲା। 

ନିଜ ଜମିରେ ମଧ୍ୟ ଶବ ସତ୍କାର କରିବାକୁ ଗ୍ରାମବାସୀ ମନା କରିଥଲେ। ଏହାକୁ ନେଇ ତୀବ୍ର ଉତ୍ତେଜନା ଲାଗି ରହିଥିଲା। ଶେଷରେ ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା ପରେ ରବିବାର ଦିନ ନାବାଳକଙ୍କ ଶବ ସତ୍କାର କରାଯାଇଥିଲା। ଏବେବି ଗାଁରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତିକୁ ନେଇ ଗାଁରେ ପୋଲିସ ମୁତୟନ କରାଯାଇଛି। 

Advertisment

Nabarangpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ