/odishatv-khabar/media/media_files/2026/02/03/minor-girl-sexually-assaulted-2026-02-03-19-18-02.jpg)
ନବମ ଛାତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ; ଟ୍ୟୁସନ୍ ପରେ ଏମିତି କାଣ୍ଡ Photograph: (OTV)
ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଂଚଳରେ ଲଜ୍ଜା ଜନକ ଘଟଣା। ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ସହପାଠୀ ମାନେ ଗଣଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି।
ସୂଚନା ମୁତାବକ, ହାଇସ୍କୁଲରେ ସମସ୍ତେ ପାଠ ପଢ଼ନ୍ତି। ସନ୍ଧ୍ୟା ସମୟରେ ଟ୍ୟୁସନ ପଢ଼ି ସରିବା ପରେ ଶିକ୍ଷକ ନଥିବା ସମୟରେ ଜଣେ ୨୨ ବର୍ଷର ଯୁବକ, ଟ୍ୟୁସନ ଭିତରକୁ ଆସିଥିଲା। ତା’ କଥାରେ ପଡି ନାବାଳିକାକୁ ଚାରିଜଣ ନାବାଳକ ସହପାଠୀ ଏବଂ ନିଜେ ସାବାଳକ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଏ ସମସ୍ତ ଘଟଣାକୁ ଯୁବକ ଶୁଶାନ୍ତ ସାହୁ ଭିଡିଓ ଉତ୍ତୋଳନ କରି ଭାଇରାଲ କରିଥିଲା। ଭିଡିଓ ଭାଇରାଲ ହେବା ପରେ ପୀଡିତା ନାବାଳିକାଙ୍କ ଜଣେ ସମ୍ପର୍କୀୟ ବଲାଙ୍ଗୀର ପୋଲିସକୁ ଜଣାଇଥିଲେ। ଏସପି ନିଜେ ଘଟଣାର ତଦନ୍ତ କରିବା ସହିତ ଦୋଷୀମାନଙ୍କୁ ଅଟକ ରଖିବା ପାଇଁ ନିର୍ଦେଶ ଦେଇଥିଲେ। ଏସପିଙ୍କ ନିର୍ଦେଶରେ ଚାରିଜଣ ନାବାଳକଙ୍କ ସହିତ ଭିଡିଓ ଭାଇରାଲ କରିଥିବା ସାବାଳକକୁ ତୁରକେଲା ପୋଲିସ ଅଟକ ରଖିଛି। ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଛି।
- ବଲାଙ୍ଗିରରେ ନାବାଳିକା ନବମ ଛାତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ
- ତୁରେକେଲା ଥାନା ଅଞ୍ଚଳର ଏକ ସ୍କୁଲ୍ ରେ ଗଣଦୁଷ୍କର୍ମ
- ଗଣଦୁଷ୍କର୍ମର ଭିଡିଓ ଭାଇରାଲ୍ ପରେ ୫ ନାବାଳକ ସହପାଠୀ ଅଟକ
- ସ୍କୁଲ୍ ରେ ଟ୍ୟୁସନ୍ ସରିବା ପରେ ସହପାଠୀମାନେ ଏପରି କରିଥିବା ଅଭିଯୋଗ
- ପୀଡ଼ିତାଙ୍କ ସମ୍ପର୍କୀୟ ବଲାଙ୍ଗିର ଏସ୍ ପିଙ୍କୁ ଫେରାଦ ପରେ ୫ ନାବାଳକ ଅଟକ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)